୫୬୮ କିଲୋ ଗଂଜେଇ ଜବତ, ଡ୍ରାଇଭର ଫେରାର।

୫୬୮ କିଲୋ ଗଂଜେଇ ଜବତ, ଡ୍ରାଇଭର ଫେରାର।

ବୈପାରିଗୁଡା ପୋଲିସ ଦ୍ବାରା ଏକ କାରରୁ ୫୬୮ କିଲୋ ଗଂଜେଇ ଜବତ କରାଯାଇଛି।ପୋଲିସ୍ ପେଟ୍ରୋଲିଂ ବେଳେ ବୈପାରିଗୁଡା ଜୟପୁର ରାସ୍ତାର ନୂଆଗୁଡା ଛକ ଠାରେ ଏକ ମହେନ୍ଦ୍ରା ବୋଲେର ପିକଅପ କୁ ସର୍ଛ କରିବା ସହ ୫୬୮ କିଲୋ ଗଂଜେଇ ଜବତ କରିଛନ୍ତି।ଜବତ ଧଳା ରଙ୍ଗର ମହେନ୍ଦ୍ରା ବୋଲେର ପିକଅପ ଗାଡ଼ି ଓଡ଼ି ୨୪ – ୮୧୦୬ ନଂ ବିଶିଷ୍ଟ ମହେନ୍ଦ୍ରା ବୋଲେର ପିକଅପ ଗାଡ଼ିର ଡ଼୍ରାଇଭର ପୋଲିସକୁ ଦେଖି ଜଂଗଲ ଭିତରକୁ ଦୈାଡି ଫେରାର ହୋଇଯାଇଥିଲା।ଗାଡ଼ିରେ ଥିବା ଗଞ୍ଜେଇ ଓଜନ କରିବା ସମୟରେ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।ଆଇ ଆଇ ସି ମହେନ୍ଦ୍ର କୁମାର ସାହୁ କହିବା ଅନୁଯାୟୀ ଗାଡ଼ିଟି ମାଲକାନଗିରି ଜିଲ୍ଲାରୁ ନବରଙ୍ଗପୁର କୁ ଯାଉଥିଲା ।

 94 

କୋରାପୁଟ