ବାଇକ ଲିଫ୍ଟ ବାହାନା ଦେଖାଇ ଟଙ୍କା ଲୁଟି ଥିବା ଲୁଟେରା ଗିରଫ।

ବାଇକ ଲିଫ୍ଟ ବାହାନା ଦେଖାଇ ଟଙ୍କା ଲୁଟି ଥିବା ଲୁଟେରା ଗିରଫ।

ବାଇକ ରେ ଲିଫ୍ଟ ଦେଇ ଅଧା ରାସ୍ତା ରେ ହିତାଧିକାରୀ ଙ୍କ ଠାରୁ ଟଙ୍କା ବେଗ ଝାମ୍ପି ନେଇ ଚମ୍ପଟ ମାରିଥିଲା ଲୁଟେରା ବାଇକ ଚାଳକ।ଗତ ୨୮ ତାରିଖ ଦିନ ଏଭଳି କିଛି ଘଟଣା ଘଟିଥିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ହର୍ଦଲି ରାସ୍ତାରେ। ଘଟଣା ସମ୍ପର୍କ ରେ ୨୯ତାରିଖ ଦିନ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଲୁଟ ର ଶିକାର ହୋଇଥିବା କଦାଗୁଡା ଗ୍ରାମର ଅର୍ଜୁନ ଗୌଡ଼।ଅଭିଯୋଗ ଅନୁଯାଇ ଅର୍ଜୁନ ଗୌଡ଼ ବୋରିଗୁମ୍ମା କୀୟସ୍କ ବେଙ୍କ ରୁ ନିଜ ପ୍ରଧାନମନ୍ତ୍ରୀ ଆଭାସ ଯୋଜନା ର ୨୦ହଜାର ଟଙ୍କା ଉଠାଇ ନିଜ ବେଗ ରେ ଟଙ୍କା ,ବେଙ୍କପାସ ବୁକ,ଓ ଆଧାର କାର୍ଡ ଧରି ବୋରିଗୁମ୍ମା ରୁ ନିଜ ଗାଁକୁ ଇ ଯିବା ପାଇଁ ଗାଡି ର ଅପେକ୍ଷା କରିଥିଲେ।ସେହି ସମୟରେ ରେ କଳା ବାଇକ ଯୋଗେ ଜଣେ ବ୍ୟକ୍ତି ଆସି ତାଙ୍କୁ ଲିଫ୍ଟ ଦେଇ ଥଲେ ଆଉ ବୋରିଗୁମ୍ମା ଠାରୁ କଦଗୁଡା ଯିବା ସମୟ ରେ ଅଧା ରାସ୍ତା ଏକ ଯିବା କହି ବାଇକ ଅଟକେଇଲେ ଆଉ ମୌକା ଦେଖି ଅର୍ଜୁନ ଠାରୁ ଟଙ୍କା ବେଗ ଝାମ୍ପି ସେଠାରୁ ଦ୍ରୁତଗତି ରେ ବୋରିଗୁମ୍ମା ଅଭିମୁଖେ ଚାଲିଯାଇଥିଲେ।।ଆଜି ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସେହି ଲୁଟେରା କୁ ଚିହ୍ନଟ କରି ଗିରଫ କରାଯାଇଥିବା ନେଇ ଏକ ପ୍ରେସମେଟ ଯୋଗେ ସୂଚନା ଦେଇଛନ୍ତି।ଲୁଟେରା ଜଣକ ଘାଟୁଆଳ ଗୁଡା ଗ୍ରାମର ଲମ୍ବଦର ବିଶୋଇ ବୋଲି ଜଣା ପଡିଥିବା ବେଳେ ଲୁଟ ରେ ବ୍ୟବହୃତ ବାଇକ OD24F4194 ଗାଡି ଜବତ ହୋଇଥିବା ବେଳେ ଲୁଟ ହୋଇଥିବା ସମସ୍ତ ଦକୁମେଣ୍ଟ ଏବଂ ସମସ୍ତ ଟଙ୍କା ମଧ୍ୟ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।

 114 

ଅପରାଧ କୋରାପୁଟ ବୋରିଗୁମ୍ମା