ମେଗା ପ୍ରକଳ୍ପ ବୁଲି ଦେଖିଲେ ମନ୍ତ୍ରୀ ପଦ୍ମିନୀ ଦିଆନ।

ମେଗା ପ୍ରକଳ୍ପ ବୁଲି ଦେଖିଲେ ମନ୍ତ୍ରୀ ପଦ୍ମିନୀ ଦିଆନ।

ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମରା ପଞ୍ଚାୟତ ଭାଟିଗାଁ ଠାରେ ବ୍ଲକ ପ୍ରଶାସନ ତରଫରୁ 17 ଏକର ଜମିରେ ନିର୍ମାଣ ହୋଇଥିବା ମେଗା ପ୍ରକଳ୍ପ କୁ ବୁଲି ଦେଖିଥିଲେ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ।ବୋରିଗୁମ୍ମା ବ୍ଲକ ପ୍ରଶାସନ ତରଫରୁ କରାଯାଇଥିବା ମେଗା ପ୍ରକଳ୍ପରେ ବିଭିନ୍ନ ପ୍ରକାର ଗଛ କଦଳୀ, ଅମୃତଭଣ୍ଡା, ନଡ଼ିଆ, ଡାଳିମ୍ବ ସାଙ୍ଗକୁ ବିଭିନ୍ନ ପ୍ରକାର ପନିପରିବା ଚାଷ ବୁଲି ଦେଖିଥିଲେ ମନ୍ତ୍ରୀ।ଏଥିସହ ମେଗା ପ୍ରକଳ୍ପରେ ହୋଇଥିବା କୁକୁଡ଼ା ଚାଷ, ଗୋପାଳନ, ଛତୁ ଚାଷ,ମାଛ ଚାଷ ଏବଂ ଜିଆ ଖତ ଚାଷ ଦେଖିଥିଲେ।ମେଗା ପ୍ରକଳ୍ପ ମନରେଗା ଓ ଅନ୍ୟାନ୍ୟ ଯୋଜନାରେ 40 ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ବ୍ୟୟରେ ନିର୍ମାଣ କରାଯାଇଛି।ଆଉ ଏହାର ରକ୍ଷଣାବେକ୍ଷଣ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ହସ୍ତାନ୍ତର କରାଯାଇଛି।ଏହି ପ୍ରକଳ୍ପ ଦ୍ବାରା ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି।ଏହି ପ୍ରକଳ୍ପ ଦ୍ବାରା ମହିଳା ସଶକ୍ତିକରଣ ହୋଇ ପାରିଛି ବୋଲି ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି।କୋରାପୁଟ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ମେଗା ପ୍ରକଳ୍ପ ଦେଖି ବ୍ଲକ ପ୍ରଶାସନ ର ଏଭଳି କାର୍ଯ୍ୟକୁ ଏବଂ BDO ଙ୍କୁ ଖୁବ ପ୍ରସଂସା କରିଥିଲେ ମନ୍ତ୍ରୀ।

 122 

କୋରାପୁଟ ବୋରିଗୁମ୍ମା