୮ ରାଜ୍ୟରେ ନୂଆ ରାଜ୍ୟପାଳ, ଜାଣନ୍ତୁ କେଉଁଠି କିଏ?

୮ ରାଜ୍ୟରେ ନୂଆ ରାଜ୍ୟପାଳ, ଜାଣନ୍ତୁ କେଉଁଠି କିଏ?

ନୂଆଦିଲ୍ଲୀ: ବଦଳିଲେ ୮ ରାଜ୍ୟର ରାଜ୍ୟପାଳ । ଏ ନେଇ ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ୮ ରାଜ୍ୟର ରାଜ୍ୟପାଳ ବଦଳିଛନ୍ତି ।  ଥାୱରଚାନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତିୁ ରାଷ୍ଟ୍ରପତି । ସେହିଭଳି ହରି ବାବୁ କମଭାମପତିଙ୍କୁ ମିଜୋରାମ, ମଙ୍ଗୁଭାଇ ଛଗନଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ।

ଅନ୍ୟପଟେ ମିଜୋରାମର ରାଜ୍ୟପାଳ ଥିବା ଶ୍ରୀଧରନ ପିଲାଇଙ୍କୁ ଗୋଆ ରାଜ୍ୟପାଳ, ହରିୟାଣାର ରାଜ୍ୟପାଳ ଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ, ତ୍ରିପୁରା ରାଜ୍ୟପାଳ ଥିବା ରମେଶ ବୈଶଙ୍କୁ ଝାଡଖଣ୍ଡ, ହିମାଚଳ ପ୍ରଦେଶ ରାଜ୍ୟପାଳ ଥିବା ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହରିୟାଣା ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

 416 

ରାଜ୍ୟ