ପାଣି ପଞ୍ଚାୟତ ନିର୍ବାଚନ ଶେଷ

ପାଣି ପଞ୍ଚାୟତ ନିର୍ବାଚନ ଶେଷ

ବୋରିଗୁମ୍ମା-ବୋରିଗୁମ୍ମା ବ୍ଲକ ସଦର ସ୍ଥିତ ଓଡିଶା ଜଳ ସମ୍ପଦ ବିଭାଗ ଅଧିନ ରେ ରହିଥିବା ପାଣିପାଞ୍ଚାୟତ ର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଶଶାହାଣ୍ଡି ପଞ୍ଚାୟତ ଅଧିନର ଶିଦ୍ଦେଶ୍ବର ପାଣି ପଞ୍ଚାୟତ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ କୁ କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ଗିରି ପରିଚାଳନା କରିଥିଲେ। ପାଣି ପଞ୍ଚାୟତ ସଭାପତି ଭାବେ ଯଦୁରାମ ବିଷୟୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅପରପକ୍ଷରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ ଫଳରେ ସେ ନିର୍ଦ୍ୱନ୍ଦ ରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।ସେହିପରି ସଂପାଦକ ପଦବୀ ପାଇଁ ରାମଚନ୍ଦ୍ର ଗନ୍ତାୟତ ଓ ନନ୍ଦିନୀ ପଟ୍ଟନାୟକ ଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ୧୭ ଖଣ୍ଡ ଭୋଟ ବ୍ୟବଧାନ ରେ ନନ୍ଦିନୀ ପଟ୍ଟନାୟକ କୁ ପରାଜିତ କରି ରାମଚନ୍ଦ୍ର ଗନ୍ତାୟତ ସଂପାଦକ ଭାବରେ ନିର୍ବାଚିତ ହୋଇଛନ୍ତି ।

 217 

କୋରାପୁଟ ବୋରିଗୁମ୍ମା