କୋଟପାଡ଼ରେ ପିକ୍‌-ଅପ୍‌ ଭ୍ୟାନ୍‌ ଓଲଟିବା ଘଟଣା: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି

କୋଟପାଡ଼ରେ ପିକ୍‌-ଅପ୍‌ ଭ୍ୟାନ୍‌ ଓଲଟିବା ଘଟଣା: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି

କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ପଞ୍ଚାୟତର ସିନ୍ଧିଗାଁ ନିକଟରେ ରବିବାର ରାତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲୋଖାଏଁ ଅନୁକମ୍ପାମୂଳକ ରାଶି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏହି ଅନୁକମ୍ପାମୂଳକ ରାଶିକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନ୍ୟାସନାଲ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରର ସଦସ୍ୟଙ୍କୁ ଏହି ଅନୁକମ୍ପାମୂଳକ ରାଶି ପ୍ରାପ୍ତ ହେବ। ସେହିଭଳି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତର ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଲେଖାଏଁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୯ଟାରେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ପଞ୍ଚାୟତର ସିନ୍ଧିଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଭାରସାମ୍ୟ ‌ହରାଇ ଏକ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଥିଲା। ୧୧ ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପର୍ଯ୍ୟାୟକ୍ରମେ ଗୋଟିଏ ଆମ୍ବୁଲାନ୍ସରେ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଇଥିଲା।

ସୀମାନ୍ତ ଛତିଶଗଡ଼ ରାଜ୍ୟର କୁଲଚା ଗାଁରୁ ୩୦ରୁ ଊର୍ଦ୍ଧ୍ବ ‌ଲୋକ ଗୋଟିଏ ପିକ୍‌-ଅପ୍ ଭ୍ୟାନ (ସିଜି ୧୭କେୟୁ ୪୬୨୩) ଯୋଗେ ସିନ୍ଧିଗାଁକୁ ଦଶାହ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ସଂଧ୍ୟାରେ ପୁଣି ଗାଁକୁ ଫେରିବା ସମୟରେ ସିନ୍ଧିଗାଁ ଛକ ବୁଲାଣିରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଯାହାଫଳରେ ଭ୍ୟାନଟି ନିୟନ୍ତ୍ରଣ ହରାଇ ଗୋଟିଏ ଜମି ମଧ୍ୟକୁ ଖସିପଡ଼ି ଓଲଟି ଯାଇଥିଲା।

ବିଜେପି ଛାଡି ଇସ୍ରାଏଲରେ ନିର୍ବାଚନ ଲଢ଼ିବେ ମୋଦୀ !
ଲୋକପ୍ରିୟତା ଅଧିକ ଦେଖି ନିର୍ବାଚନ ଲଢ଼ିବାକୁ ମିଳିଲା ଆମନ୍ତ୍ରଣ ନୂଆଦିଲ୍ଲୀ: ବିଜେପି ଓ ଭାରତ ଛାଡ଼ି …
ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଭାରତକୁ ଅନୁରୋଧ କଲା ତାଲିବାନ
ନୂଆଦିଲ୍ଲୀ: ଅଗଷ୍ଟ ୧୫ରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ। ଏହା ପରେ ପରେ କାବୁଲ ଏୟାରସ୍ପେସ …
ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୪୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୬
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୧୦୪୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। …
ରାଜସ୍ଥାନ ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ କପି କରିବାକୁ ‘ବ୍ଲୁଟୁଥ୍‌ ଚପଲ’ ପିନ୍ଧି ଆସିଥିବା ୫ ପରୀକ୍ଷାର୍ଥୀ ଗିରଫ
ଜୟପୁର: ରାଜସ୍ଥାନ ସରକାରୀ ସ୍କୁଲ୍‌ଗୁଡ଼ିକ ପାଇଁ ଶିକ୍ଷକ ଚୟନ ନିମନ୍ତେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ କପି …

 233 

କୋରାପୁଟ ଜିଲ୍ଲା