ଚାଉଳ ବଣ୍ଟନ କୁ ନେଇ ଯୋଗାଣ ସହାୟକ ଙ୍କୁ ଘେରିଲେ ଓ୍ବାଡ଼ ମେମ୍ବର

ଚାଉଳ ବଣ୍ଟନ କୁ ନେଇ ଯୋଗାଣ ସହାୟକ ଙ୍କୁ ଘେରିଲେ ଓ୍ବାଡ଼ ମେମ୍ବର

ବୋରିଗୁମ୍ମା – କୋରନା ଦିତୀୟ ଲହର ଦିନକୁ ଦିନ ବଢ଼ିବାରେ ଚାଲିଥିବା ସମୟରେ । ସରକାର ୧୫ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।ଏପରି ସମୟରେ ପଞ୍ଚାୟତ ସ୍ତରରେ ଚାଉଳ ଦିଆ କୁ ନେଇ ଏବେ ଲୋକମାନେ ଭୟଭୀତ ହୋଇ ଉଠିଛନ୍ତି ଗ୍ରାମ ଗୁଡ଼ିକର ମଧ୍ୟ ଦିନକୁ ଦିନ କୋରନା ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ଲୋକେ ଚାଉଳ ଆଣିବା ପାଇଁ ପଞ୍ଚାୟତ ଅଫିସ ଯିବାପାଇଁ ଭୟଭୀତ କରୁଛନ୍ତି । ଆଜି ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ପଞ୍ଚାୟତ ର ସମସ୍ତ ଓ୍ବାଡ଼ ମେମ୍ବର ମାନେ ମିଶି ଯୋଗାଣ ସହାୟକ ଅରୁଣ ସ୍ବାଇ ଙ୍କୁ ଘେରାଉ କରିବା ସହ ପ୍ରଶ୍ନ କରିଛନ୍ତି ସେମାନଙ୍କ ଦାବି ଯେ ଅନଲାଇନରେ ଚାଉଳ ବଣ୍ଟନ ପ୍ରକିୟା କୁ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛନ୍ତି । ଲୋକମାନେ ଚାଉଳ ନେବାପାଇଁ ଆସି ଲମ୍ବା ଧାଡି ରେ ଠିଆ ହେବା ସହ ପ୍ରବଳ ଗହଳି ମଧ୍ୟ ହୋଇଥାଏ । ଏବଂ ଫିଙ୍ଗର ମିସିନ ଦ୍ବାରା ସମସ୍ତ ଙ୍କ ଫିଙ୍ଗର ସ୍କାନ ହୋଇଥାଏ ଯାହା ଦ୍ବାରା କୋରନା ହେବାର ସମ୍ଭାବନା ରହିଛି । ଯାହାଦ୍ୱାରା ଲୋକମାନେ ଚାଉଳ ନେବା ପାଇଁ ପଞ୍ଚାୟତ ଅଫିସ ଯିବାପାଇଁ ଭୟଭୀତ କରୁଛନ୍ତି । ଯଦି ଏଭଳି ଚାଉଳ ବଣ୍ଟନ କରାଯାଏ ତା ହେଲେ ଚାଉଳ ନେବାପାଇଁ କେହି ଆସିବେ ନାହିଁ ବୋଲି ଗ୍ରାମର ଓ୍ବାଡ଼ ମେମ୍ବର ମାନେ ସଫାସଫା ମନା କରିଦେଇଛନ୍ତି । ଏବଂ ଚାଉଳ ବଣ୍ଟନ ଯଦି କୌଣସି ପରିବର୍ତ୍ତନ ନ କରାଯାଏ ତା ହେଲେ ଆଗାମୀ ଦିନରେ ପଞ୍ଚାୟତ ଅଫିସରେ ତାଲା ପକାଇ ଦେବୁ ବୋଲି ଓ୍ବାଡ଼ ମେମ୍ବର ମାନେ ଯୋଗାଣ ସହାୟକ କୁ ଚେତାବନି ଦେଇଛନ୍ତି ।

 1,534 

କୋରାପୁଟ ବୋରିଗୁମ୍ମା