ବୋରିଗୁମ୍ମା, ୨୮।୬-ଭାଇରାଲ ଭିଡିଓକୁ ନେଇ ଆଜି ବୋରିଗୁମ୍ମା ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଜଣେ ଯୁବକଙ୍କ ଜୀବନ ଯାଇଛି। ଘଟଣାରୁ ପ୍ରକାଶ ଯେ ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ସମୁଖରେ ଥିବା ଏକ କୁକୁଡ଼ା ଦୋକାନରୁ ଗତ ୨୫ତାରିଖ ଦିନ ରାତି କୁକୁଡ଼ା ଚୋରି କରିବା ସମୟ ରେ ଧରାପଡି ନିର୍ଧୁମ ଛେଚା ଖାଇଲେ ଯୁବକ। ଯୁବକ ଛେଚା ଖାଇବା ର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ସହ୍ୟ କରିନପାରି ଗତକାଲି ବିଳମ୍ବିତ ରାତି ରେ କୁକୁଡ଼ା ଚୋରାଇଥିବା ଯୁବକ ଜଣକ ଆତ୍ମ ହତ୍ୟା କରିଛନ୍ତି।
ଏହି ଘଟଣା କୁ ନେଇ ମାଡ ମାରିଥିବା ବ୍ୟକ୍ତି ଙ୍କ ବିରୋଧରେ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ଯୁବକ ଙ୍କ ପରିବାର ଲୋକେ। ଅଭିଯୋଗ କୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ହେଲେ କାହାରିକୁ ଗିରଫ କରାଯାଇନି। ହେଲେ ଅଭିଯୁକ୍ତ ମାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଶବ ବ୍ୟବଛେଦ ହେବନି ବୋଲି ଜିଦ ରେ ଅଛନ୍ତି ଗ୍ରାମବାସୀ।
କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳ ରେ।ସହର କେନ୍ଦୁଗୁଡା କୁ ସଂଯୋଗ କରୁଥିବା ୬୩ନମ୍ବର ଜାତୀୟ ରାଜପଥ ନିକଟ ରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।ଅଭିଯୁକ୍ତ ଙ୍କୁ ଗିରଫ ନହେବା ପର୍ଯ୍ୟନ୍ତ ଶବ ଉଠିବ ନାହିଁ ବୋଲି ପରିବାର ଓ ସମ୍ପକୀୟ ଦାବି କରିଛନ୍ତି।ସେ ପଟେ ଘଟଣା ସ୍ଥଳରେ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ପହଞ୍ଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
686