ନୂଆଦିଲ୍ଳୀ: କରୋନା ହେତୁ ରଥଯାତ୍ରା ହେବ କି ନହେବ ସେ ନେଇ ବହୁ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ପୂର୍ବରୁ ରାଜ୍ୟ ସରକାର କେବଳ ଜଗନ୍ନାଥଧାମ୍ ପୁରୀରେ କରୋନା କଟକଣା ମଧ୍ୟରେ ରଥଯାତ୍ରାକୁ ଅନୁମତି ପ୍ରଦାଦ କରିଥିଲେ। ମାତ୍ର ରାଜ୍ୟର ଅନ୍ୟ କେତେକ ଅଂଶ ଓ ସହରରେ ବି ରଥଯାତ୍ରାକୁ ଅନୁମତି ମିଳୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ମାମଲା ଆଗତ ହୋଇଥିଲା। ଯାହାର ଶୁଣାଣି କରି ଅଦାଲତ ସେହି ସବୁ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
ଭାରତର ପ୍ରଧାନ ବିଚାରପତି ଏନ ଭି ରାମନାଙ୍କ ଦ୍ବାରା ଗଠିତ ଏକ ତିନି ଜଣିଆ ଖଣ୍ଡପୀଠରେ କୁହାଯାଇଛି ଯେ ‘ଚଳିତବର୍ଷ କୋଭିଡ୍-୧୯ ମହାମାରୀ ହେତୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଗତବର୍ଷ ମୃତ୍ୟୁ ସଂଖ୍ୟା ଏହା ତୁଳନାରେ ଖୁବ୍ କମ୍ ଥିଲା।’ ଏହାକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ପୁରୀ ବ୍ୟତୀତ ଆଉ ସମସ୍ତ ସ୍ଥାନରେ ରଥଯାତ୍ରାକୁ ନା କହିଛନ୍ତି।
ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଆହୁରି ବି କହିଛନ୍ତି ଯେ, ‘ପୂର୍ବରୁ ଓଡ଼ିଶା ସରକାର କଟକଣା ମଧ୍ୟରେ ପୁରୀରେ ରଥଯାତ୍ରାକୁ ଅନୁମତି ଦେଇଛନ୍ତି। ଆମେ ତାଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଚାହୁଁନା। ଆମକୁ ବହୁତ ଦୁଃଖ ଅନୁଭବ ହେଉଛି ଯେ ଆମେ ଆପଣମାନଙ୍କୁ ସାହାଯ୍ୟ କରିପାରୁନୁ। ମୁଁ ବି ଭଗବାନଙ୍କ ଦର୍ଶନ କରିବାକୁ ଚାହେଁ। ମାତ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ପୁରୀ ବ୍ୟତୀତ ଅନ୍ୟତ୍ର ରଥଯାତ୍ରାକୁ ଅନୁମତି ଦେଇପାରିବୁ ନାହିଁ।’
- ଅପରାଧ
- କଟକ
- କୋରାପୁଟ
- ଜଗତସିଂହପୁର
- ଜୟପୁର
- ଜିଲ୍ଲା
- ଦେଶ ବିଦେଶ
- ପୁରୀ
- ବୈପାରିଗୁଡା
- ବୋରିଗୁମ୍ମା
- ଭୁବନେଶ୍ୱର
- ମାଲକାନଗିରି
- ରାଜ୍ୟ
- ରାୟଗଡ଼ା
ବିଜେପି ଛାଡି ଇସ୍ରାଏଲରେ ନିର୍ବାଚନ ଲଢ଼ିବେ ମୋଦୀ !
- November 2021
- September 2021
- August 2021
- July 2021
- June 2021
- May 2021
- April 2021
- March 2021
- February 2021
- January 2021
- December 2020
220