ଆତ୍ମସମର୍ପଣ କଲେ ଦୁଇ ଦୁର୍ଦାନ୍ତ ମାଓବାଦୀ

ଆତ୍ମସମର୍ପଣ କଲେ ଦୁଇ ଦୁର୍ଦାନ୍ତ ମାଓବାଦୀ

ରାୟଗଡ଼ା: ଆଜି ରାୟଗଡ଼ା ପୁଲିସ ନିକଟରେ ଦୁଇଜଣ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଥିବା କଥା ଏସ୍‌ପି ବିବେକାନନ୍ଦ ଶର୍ମା କହିଛନ୍ତି।
ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କବାଦୀ ହେଲେ, ସୁନାବେଡ଼ା ଏରିଆ କମିଟି ତଥା ମେନପୁର-ନୂଆପଡ଼ା ଡିଭିଜନ୍‌ର ଏରିଆ କମିଟି ଦସ୍ୟ ମଙ୍କୁ ଓୟାମ୍‌ ଓରଫ୍‌ ଜୟରାମ୍‌ ଏବଂ ‘କେକେବିଏନ୍‌ କମିଟି’ର ସଦସ୍ୟ ଲାଛୁ ମାଡ଼କାମ।

ଦିନକୁ ଦିନ ମାନସିକ ନିର୍ଯାତନା, ଯୌନ-ଶୋଷଣ ଓ ଅନ୍ୟାନ୍ୟ ଅତ୍ୟାଚାର ବୃଦ୍ଧି ପାଉଥିବାରୁ ମାଓ ସଙ୍ଗଠନ ଛାଡ଼ି ସ୍ୱାଭାବିକ ସାମାଜିକ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଥିବା କଥା ସେମାନେ କହିଛନ୍ତି।

ମଙ୍କୁଙ୍କ ନାମରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ୨୦୧୧ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିବା ଛତିଶଗଡ଼ କ୍ୟାଡର୍‌ର ଜୟରାମ୍‌ ୨୦୧୮ରେ ଓଡ଼ିଶାର କଳାହାଣ୍ଡିରେ କାର୍ଯ୍ୟ କରୁଥିଲେ। ପରେ ସେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍‌କୁ ବଦଳି ହୋଇଥିଲେ।

ସେହିପରି, ଲାଛୁ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା। ଉଭୟ ମାଓବାଦୀଙ୍କ ନାମରେ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଅନେକ ମାମଲା ରହିଛି।

ବିଜେପି ଛାଡି ଇସ୍ରାଏଲରେ ନିର୍ବାଚନ ଲଢ଼ିବେ ମୋଦୀ !

ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଭାରତକୁ ଅନୁରୋଧ କଲା ତାଲିବାନ

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୪୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୬

ରାଜସ୍ଥାନ ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ କପି କରିବାକୁ ‘ବ୍ଲୁଟୁଥ୍‌ ଚପଲ’ ପିନ୍ଧି ଆସିଥିବା ୫ ପରୀକ୍ଷାର୍ଥୀ ଗିରଫ

 279 

ରାୟଗଡ଼ା