ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପଡା ପଞ୍ଚାୟତ ଅଧିନସ୍ଥ ଦୋରାଗୁଡ଼ା ଠାରେ ଥିବା ବ୍ରିଜ ଠାରେ ଏକ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇ ଥିବା ଜଣାପଡ଼ିଛି ।ମୃତ ମହିଳା ଜଣଙ୍କ ହେଲେ ବାଣୁଆଗୁଡା ଗ୍ରାମର ପଦ୍ମା ମୁଦୁଲି (୬୫) ବୋଲି ଜଣାପଡ଼ିଛି ।ପଦ୍ମା ନିଜ ଗ୍ରାମକୁ ଚାଲି ଚାଲି ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି ।ଖବର ପାଇ ବୈପାରିଗୁଡା ଥାନା ଏସ. ଆଇ ଘାସିରାମ ସେଠୀ ଏବଂ ଅସିତ ବଳବନ୍ତରାୟ ଘଟଣାର ଅନୁସନ୍ଧାନ କରି ଦୁର୍ଘଟଣା ଜନିତ ମାମଲା ରୁଜୁ କରିବା ପରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ବୈପାରିଗୁଡା ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡିଛି।

 178 

କୋରାପୁଟ ଜିଲ୍ଲା ବୈପାରିଗୁଡା