

ସ୍ଥାନୀୟ ସରକାରୀ ଆଇ ଟି ଆଇ ପରିସରରେ ଗୁଜୁରାଟର ସୁଜୁକି ମୋଟରସ ଦ୍ୱାରା ଏକ ଦିନିଆ କାମ୍ପସ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଛି | ଏହି ମେଳାରେ ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲା ବେଳେ ଉପସ୍ଥିତ ଛାତ୍ରମାନଙ୍କୁ ବିଭିନ୍ନ ଟ୍ରେଡ଼ ବିଷୟର ସଫଳ ନିଯୁକ୍ତି ସୁଯୋଗ ବିଷୟରେ ଅବଗତ କରାଇଥିଲେ | ଏଥିରେ ଫୁଲବାଣୀ ସମେତ କୋଟଗଡ଼ ଏବଂ ବୌଦ୍ଧ ଆଇ ଟି ଆଇ ର 153 ଜଣ ଛାତ୍ର ଯୋଗ ଦେଇଥିଲେ | ସେଥିରୁ 67 ଜଣ ଛାତ୍ର ମେକାନିକ, ଫିଟର,ୱେଲଡ଼ର, ୱେରମାନ, ସିଭିଲ ଇତ୍ୟାଦି ବିଭିନ୍ନ ଟ୍ରେଡ଼ର ଛାତ୍ର ମାନେ କୃତିତ୍ୱ ଅର୍ଜନ କରି ସୁଜୁକି କମ୍ପାନୀର ବିଭିନ୍ନ ସ୍ଥାନରେ ନିଯୁକ୍ତି ହେବେ ବୋଲି କମ୍ପାନୀର ପରିଚାଳକ ନିର୍ଦେଶକ ଦେବାଶିଷ ଶ୍ରୀବାସ୍ତବ ସୂଚନା ଦେଇଥିଲେ | କମ୍ପାନୀର ଅନ୍ୟତମ ସହଯୋଗୀ ସତୀଶ ଖାଡ଼ଗେ ସମେତ ଅନୁଷ୍ଠାନର ପ୍ଲେସ ମେଣ୍ଟ ସହ ତାଲିମ ଅଧିକାରୀ ରଶ୍ମି ରଞ୍ଜନ ବେହେରା, ପ୍ରଶାନ୍ତ କୁମାର ମିଶ୍ର ଏବଂ ତାଲିମ ଅଧିକାରୀ ରଶ୍ମି ରଞ୍ଜନ ବିଶ୍ୱାଳ ଛାତ୍ର ମାନଙ୍କ ନାମ ପଞ୍ଜିକରଣରେ ସହଯୋଗ କରିଥିଲେ | ସହ ତାଲିମ ଅଧିକାରୀ ଡ଼ଃ ନୃସିଂହା ନନ୍ଦ ମହାପାତ୍ର ପରୀକ୍ଷା ପରିଚାଳିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ | କମ୍ପାନୀର ଏହି ନିଯୁକ୍ତି ମେଳା କୁ ଛାତ୍ର, ଅଭିଭାବକ ଓ ସର୍ବ ସାଧାରଣ ପ୍ରଶଂସା କରିଅଛନ୍ତି |
