ହାଇଦ୍ରାବାଦରେ ହଷ୍ଟେଲରୁ ମିଳିଲା ଓଡ଼ିଆ ଛାତ୍ରୀଙ୍କ ମୃତଦେହ, ହତ୍ୟା ଅଭିଯୋଗ କଲେ ପରିବାର ଲୋକ

ଆଇଆଇଟି, ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ହଷ୍ଟେଲ ବନ୍ଦ କୋଠରୀରୁ ମିଳିଲା ମୃତଦେହ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଝିଅ ନମିତା ନାଏକଙ୍କ ମୃତଦେହ ହଷ୍ଟେଲ ରୁମରୁ ଉଦ୍ଧାର ହୋଇଛି । ପୋଲିସ ଛାତ୍ରୀଙ୍କ ରୁମରୁ ଏକ ସୁଇସାଇଡ ନୋଟ ଜବତ କରିଛି । ସେଥିରେ ଅର୍ଥାଭାବ ଓ ପାଠପଢ଼ାର ଚାପ ଯୋଗୁ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି । ସଂଗାରେଡ୍ଡୀରେ ଥିବା ଆଇଆଇଟି, ହାଇଦ୍ରାବାଦରେ ନମିତା ନାଏକ ଏମଟେକ କରୁଥିଲେ।

ତେବେ ନମିତା ଆତ୍ମହତ୍ୟା କରିଥିବା ସୋମବାର ରାତି ପ୍ରାୟ ୯ଟାରେ କଲେଜ କର୍ତ୍ତୃପକ୍ଷ ସଂଗାରେଡ୍ଡୀ ଥାନାକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଯାଞ୍ଚ ବେଳେ ଛାତ୍ରୀଙ୍କ ରୁମରୁ ଏକ ସୁଇସାଇଡ ନୋଟ ପୋଲିସ୍‌କୁ ମିଳିଛି। ସେଥିରେ ଛାତ୍ରୀ ଜଣକ ଅର୍ଥାଭାବ ଓ ପାଠ ପଢ଼ାର ଚାପ ଯୋଗୁ ଆତ୍ମହତ୍ୟା କରିଥିବା ଲେଖିଛି ବୋଲି ପୋଲିସ୍‌ ସୂଚନା ଦେଇଛି। ତେବେ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *