ଜୟପୁର,କୋରାପୁଟ ଜିଲ୍ଲା ଜୟପୁର ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଜୟପୁର ଅଞ୍ଚଳର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଆଦିବାସୀ ସ୍ଥାନୀୟ ସୂର୍ଯ୍ୟ ମହଲ ନିକଟରେ ଏକତ୍ରିତ ହୋଇ ଏକ ବିଶାଳ ପଦଯାତ୍ରାରେ ନଗର ପରିକ୍ରମା କରି ମୁଖ୍ୟ ଟ୍ରାଫିକ ଛକ ନିକଟରେ ପହଞ୍ଚିଥିଲେ । ଏହି ପଦଯାତ୍ରା ମାଧ୍ୟମରେ ଆଦିବାସୀ ଜନଜାତିଙ୍କ ବିଭିନ୍ନ ଦାବୀ ପ୍ରସଙ୍ଗକୁ ନେଇ ହାତରେ ପାରମ୍ପରିକ ଝଣ୍ଡା ଧରି ନାରାବାଜି କରିଥିଲେ । ଦାବୀ ଅନୁଯାୟୀ ପ୍ରଥମେ ବିକାଶ ନାଁରେ ଆଦିବାସୀ ଜମି ଵେଆଇନ ଭାବରେ ହଡପ କରିବା ବନ୍ଦ କରାଯାଉ, ବେଆଇନ୍ ଭାବରେ ଖଣି ଖନନକୁ ବନ୍ଦ କରାଯାଉ,ଆଦିବାସୀ ଓ ପାରମ୍ପରିକ ବନବାସୀ ଙ୍କୁ ଜଙ୍ଗଲ ଜମି ପଟା ପ୍ରଦାନ ଦିଆଯାଉ,ପ୍ରତ୍ୟେକ ବ୍ଲକ ରେ ନବଦୟ ସ୍କୁଲ ପ୍ରତିଷ୍ଠା କରାଯାଉ,ଆଦିବାସୀ ମାନଙ୍କୁ ଜନସଂଖ୍ୟା ଅନୁଯାୟୀ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଦିଆଯାଉ,ଜିଲ୍ଲା ଭିତ୍ତିକ ନିଯୁକ୍ତି ଦିଆଯାଉ, ଚଇତି ପରବ ନିମନ୍ତେ ସରକାରି ଛୁଟି ଘୋଷଣା କରାଯାଉ,ଆଦିବାସୀ ମାନଙ୍କୁ ବ୍ୟାଙ୍କ ଋଣ ଦିଆଯାଉ ଏପରି ବହୁତ ଗୁଡ଼ାଏ ଦାଵୀ ରଖିଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଏହି ସମସ୍ତ ଦାବୀକୁ ପୂରଣ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି, ଆଜିର ଦିବସ ରେ ଆଦିବାସୀ ସଂସ୍କୃତି ର ପାରମ୍ପରିକ ଲୋକ ନୃତ୍ୟ ଗୀତ ସଂଗୀତ ଏବଂ ଢୋଲ ବାଦ୍ୟ ର ଧ୍ୱନି ରେ ଜୟପୁର ସହର ଦୁଲୁକି ପଡ଼ିଥିଲା।
କୋରାପୁଟ ଜିଲ୍ଲା ପ୍ରତିନିଧି ଶଙ୍କର କୁମାର ମହାନ୍ତି

Leave a Reply

Your email address will not be published. Required fields are marked *