କଟକ ଓ କନ୍ଦରପୁର ରେଳ ଷ୍ଟେସନ ମଧ୍ୟରେ ଅଟୋ ସିଗନାଲିଂ କାର୍ଯ୍ୟ : ଆଜିଠୁ ୧୪ ତାରିଖ ମଧ୍ୟରେ ୧୩ ଟ୍ରେନ ବାତିଲ

କଟକ-ପାରାଦୀପ ରେଳ ସେକ୍ସନରେ କଟକ ଏବଂ କନ୍ଦରପୁର ରେଳ ଷ୍ଟେସନ ମଧ୍ୟରେ ଅଟୋ-ସିଗନାଲ୍ କାମ ହେଉଛି । ତେଣୁ ଆଜିଠୁ ୧୪ ତାରିଖ ଯାଏ ବାତିଲ ହୋଇଛି ୧୩ ଟ୍ରେନ । ଅଟୋ-ସିଗନାଲିଙ୍ଗର ଆଧୁନିକୀକରଣ କାର୍ଯ୍ୟ ଟ୍ରେନ ଚଳାଚଳର କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିବ ବୋଲି ସୂଚନା ରହିଛି । କାରଣ ଏବେ ଟ୍ରାକ୍ ବ୍ୟବହାର କରି ସମାନ ମାର୍ଗରେ ଅଧିକ ଟ୍ରେନ୍ ଚଳାଯାଇପାରିବ ।

ଏବେ ତିନି ଦିନ ଭୁବନେଶ୍ୱର-କଟକ-ନର୍ଗୁଣ୍ଡି ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ । ବାତିଲ ହୋଇଥିବା ଟ୍ରେନ ତାଲିକାରେ ତାଲିକାରେ ରହିଛି ଜନଶତାବ୍ଦୀ ଟ୍ରେନ ସମେତ ପାସେଞ୍ଜର ଟ୍ରେନ । ବାକି ଟ୍ରେନ ନରାଜ ମାର୍ଥାପୁର ହୋଇ ଗଡିବ । ନିକଟରେ ବାହାନଗା ଟ୍ରେନ ଦୁର୍ଘଟଣାରେ ସିଗନାଲ ଜନିତ ତ୍ରୁଟି ରହିଥିବା ରେଳମନ୍ତ୍ରୀ କହିଥିଲେ । ଏହାପରେ ରେଳ ବିଭାଗ ସିଗନାଲ ବ୍ୟବସ୍ଥାକୁ ମଜବୁତ କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *