
ନୟାଗଡ଼ : ଯୁବତୀଙ୍କୁ ଅପହରଣ କରିବାକୁ ଆସି ଫସିଗଲେ ୪ ଯୁବକ । କାରରେ ଯୁବତୀଙ୍କ ଅପହରଣ କରି ନେଉଥିବା ବେଳେ ଗୋଡାଇ ଗୋଡାଇ ଧରିଲା ପୁଲିସ । ନୟାଗଡ଼ ସଦରରୁ ଆସିଛି ଏଭଳି ଖବର । ଅପହୃତ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିବା ସହ ୪ ଯୁବକଙ୍କୁ ଗିରଫ କରିଛି ।
ସୂଚନା ମୁତବାକ, ଗତକାଲି ଯୁବତୀ ଜଣଙ୍କ ସାଇକେଲରେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ରାଜପାଟଣା ନିକଟରେ ୪ ଯୁବକ ଏକ କାରରେ ଆସି ତାଙ୍କୁ ଅଟକାଇଥିଲେ । ପରେ ଯୁବତୀଙ୍କୁ ଅପହରଣ କରିନେଇଯାଉଥିବା ବେଳେ କେହି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଉକ୍ତ କାରର ପିଛା କରି ଚଣ୍ଡୀବସ୍ତ ନିକଟରେ କାରକୁ ଧରିବା ସହ ଜବତ କରି ଥାନାକୁ ଆଣିଛି । ତେବେ କ’ଣ ପାଇଁ ଅପହରଣ କରିଥିଲେ । ଏହାର ପଛରେ ଆଉ କ’ଣ କାରଣ ରହିଛି ସେନେଇ ପୁଲିସ ଅଧିକ ଖୋଳତାଡ କରୁଛି ।