
ପୁରୀ : ଅର୍କତିର୍ଥ କୋଣାର୍କ ର ବରିଷ୍ଠ ଶିକ୍ଷାବିତ ଓ କବି ଡଃ ଚିତ୍ତରଞ୍ଜନ ବିଶ୍ୱାଳ ଙ୍କ ଦ୍ଵାରା ରଚିତ ଦୁଇ ଟି ଜୀବନ ଧର୍ମୀ କବିତା ପୁସ୍ତକ, ବର୍ଷା ଅସରନ୍ତି ଓ, ସ୍ୱପ୍ନ ନିରନ୍ତର ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ପ୍ରଫେସର ଗଣେଶୀ ଲାଲ ଙ୍କ କର କମଳ ରେ ବୁଧବାର ୧୦.୮.୨୩ ଦିନ ୧୧ଘ, ସମୟରେ ପୁରୀ ରାଜଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି। ପୁସ୍ତକ ର ପ୍ରକାଶକ ବରିଷ୍ଠ କବି ଉମାକାନ୍ତ ମହାପାତ୍ର, ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ କବି ରକ୍ଷକ ନାୟକ, କବୟିତ୍ରୀ ସୁଜାତା ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ। ମହାମହିମ ରାଜ୍ୟପାଳ ବର୍ଷା ଅସରନ୍ତି ପୁସ୍ତକ ରୁକେତୋ ଟି କବିତା କୁ ଆବୃତ୍ତି କରିଥିଲେ ଓ କବିତା ସଙ୍କଳନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁପସ୍ଥିତି ଥିବା କବିଙ୍କ ସମ୍ପର୍କରେ ଅବଗତ ହେଇଥିଲେ। କବି ଙ୍କ ଏହି ଦିତୀୟ ଓ ତୃତୀୟ କବିତା ସଙ୍କଳନ ଦୁଇ ଟି ପାଠକୀୟ ସ୍ବୀକୃତି ହାସଲ କରିବ ବୋଲି ମତପୋଷଣ କରିଥିଲେ। କବି ଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ଭବିଷ୍ୟତରେ ଅନେକ ଉନ୍ନତ ମାନର ଲେଖା ଲେଖିବା ପାଇଁ ଉପସ୍ଥିତ ବ୍ୟକ୍ତି ମାନେ ମତପ୍ରକାଶ କରିଥିଲେ।