
ଜୟପୁର,୧୪।୮( ନି ପ୍ର )ଜୟପୁର ସହରରେ ହର ଘର ତିରଙ୍ଗା ଘର ଘର ତୀରଙ୍ଗା ମହୋତ୍ସବ ଧୂମ ଧାମ ରେ ପାଳିତ ହୋଇଯାଇଛି। ଜୟପୁର ସହର ର ଜଣେ ନାମୀ ଦାମୀ ଚେହେରା ତଥା ସଚ୍ଚା ଦେଶ ଭକ୍ତ ହେଚ୍ କେ ରିଅଲିଷ୍ଟେଟ୍ ମାଲିକ ଶ୍ରୀ ହିମାଂଶୁ ମହାପାତ୍ରଙ୍କ ତତ୍ତ୍ୱଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ପୋଲିସ୍ ପ୍ରଶାସନଙ୍କ ଅନୁମତି କ୍ରମେ ଜୟପୁର ସହରର ଅଟୋ ଚାଳକ ସଂଙ୍ଘ,ବିଜେପି କାର୍ଯ୍ୟକ୍ରତା,ହିନ୍ଦୁ ସଂଗଠନ ଏବଂ ଅନ୍ୟାନ୍ୟ ସଂଗଠନ ର ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ଥାନୀୟ ରାଜା ନଅର ନିକଟରୁ ଏକ ପଦଯାତ୍ରାରେ ୧୦୦ ମିଟର ବିଶିଷ୍ଟ ଜାତୀୟ ତ୍ରିରଙ୍ଗା ପତାକାକୁ ଧରି ଜୟପୁର ମୁଖ୍ୟ ଟ୍ରାଫିକ ଛକ ନିକଟରେ ପହଞ୍ଚିଥିଲେ। ଏହି ଯାତ୍ରା ମାଧ୍ୟମରେ ଆଜାଦୀ କା ଅମୃତ ମହୋତ୍ସବର ଉଦ୍ଧେଶ୍ୟରେ ଏହି ଅଭିଯାନ ଯାହାକି ଲୋକଙ୍କୁ ତିରଙ୍ଗା ଘରକୁ ଆଣିବାକୁ ଉତ୍ସାହିତ କରିବା ଏବଂ ଭାରତର ୭୭ ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ଏହାକୁ ଉତ୍ସାହିତ କରିବା ପାଇଁ ଏକ ଅଭିଯାନ ଅଟେ। ପତାକା ସହିତ ଆମର ସମ୍ପର୍କ ସର୍ବଦା ବ୍ୟକ୍ତିଗତ ଅପେକ୍ଷା ଅଧିକ ଆନୁଷ୍ଠାନିକ ଭାବେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଭାରତ ବର୍ଷରେ ଏକତା ର ରାଷ୍ଟ୍ରର ଭାବରେ ପତାକାକୁ ଘରକୁ ଆଣିବା ବରଂ ରାଷ୍ଟ୍ର ନିର୍ମାଣ ପ୍ରତି ଆମର ପ୍ରତିବଦ୍ଧତାର ପ୍ରତୀକ ହୋଇଥାଏ ଏହି ପଦକ୍ଷେପ ପଛରେ ଥିବା ଧାରଣା ହେଉଛି ଲୋକଙ୍କ ହୃଦୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବା ଏବଂ ଭାରତୀୟ ଜାତୀୟ ପତାକା ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ।
କୋରାପୁଟ ରୁ ଶଙ୍କର କୁମାର ମହାନ୍ତି
