ମହିଳା ପୁଲିସ ଅଧିକାରୀ ପ୍ରେମରେ ବିଫଳ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ

ଦେଓଗାଁ/ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଅଧିକାରୀ ପ୍ରେମରେ ବିଫଳ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ଆଲୋଚନା ହେଉଛି। ଗୁରୁତର ଅବସ୍ଥାରେ ମହିଳା ପୁଲିସ ଅଧିକାରୀ କାଜଲ ବାଗଙ୍କୁ ପୁଲିସ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ମହିଳା ବିଭାଗରେ ଭର୍ତ୍ତି କରିଥିବା ଜଣାପଡିଛି।
ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କାଜଲ ବାଗ ସଇଁତଳା ସ୍ଥିତ ଭଡ଼ାଘରେ ବିଷ ପିଇଛନ୍ତି। ପୂର୍ବରୁ ସେ ବଲାଙ୍ଗିର ଟାଉନ ଥାନାରେ କାମ କରୁଥିବା ବେଳେ କିଛିଦିନ ହେବ ସଇଁତଳା ଥାନାରେ ଅବସ୍ଥାପିତ ଥିଲେ। ଗତକାଲି ନିଜ ପୁରୁଷ ବନ୍ଧୁଙ୍କ ସହ ଫୋନରେ ପାଟିତୁଣ୍ଡ କରି ଝଗଡ଼ା କରିଥିବା ଚର୍ଚ୍ଚା ହେଉଛି। ଝଗଡ଼ା ପରେ ଏଭଳି ନିଷ୍ପତ୍ତି ସେ କଣ ପାଇଁ ନେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ଗଣମାଧ୍ୟମ ଜାଣିବା ପରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ରେ ପହଞ୍ଚି ଥିଲେ। ହେଲେ ସେଠାରେ କାଜଲ ବାଗ ଙ୍କ କୌଣସି ସନ୍ଧାନ ପାଇନଥିଲେ ଗଣମାଧ୍ୟମ ପ୍ରତିନିଧି ମାନେ। ତାଙ୍କୁ ଗଣମାଧ୍ୟମ ଠାରୁ ଲୁଚାଇ କୌଣସି ଅଜ୍ଞାତ ସ୍ଥାନରେ ଚିକିତ୍ସା କରାଯାଉଥିବା ଭଳି ଲାଗୁଛି।

Leave a Reply

Your email address will not be published. Required fields are marked *