ପଞ୍ଚାୟତରେ ସି ଏସ୍ ପି ଖୋଲିବା ନିଷ୍ପତ୍ତି ବିରୋଧରେ ବିଡିଓଙ୍କୁ ଦାବି ପତ୍ର

ଯାଜପୁର -( ଧର୍ମଶାଳା )ରାଜ୍ୟ ସରକାର ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‍ ସେବା ଯୋଗାଇବା ପାଇଁ ବ୍ୟାଙ୍କ୍ ନଥିବା ପ୍ରତି ଅଣପଞ୍ଚାୟତରେ ରାଷ୍ଟ୍ରାୟତ ବ୍ୟାଙ୍କ୍‍ ଗୁଡିକ ସହାୟତାରେ “ସିଏସ୍‍ ପି ପ୍ଲସ୍” ବ୍ୟାଙ୍କିଙ୍ଗ୍‍ ଆଉଟଲେଟ୍‍ ଖୋଲିବାକୁ ଯୋଜନା କରିଥିବା ବେଳେ ପୂର୍ବରୁ ସେଠାରେ କାର୍ଯ୍ୟରତ ବିଭିନ୍ନ ବ୍ୟାଙ୍କ୍‍ ର ବ୍ୟବସାୟି ପ୍ରତିନଧି (ବିସି)ମାନେ ଦୀର୍ଘ ୮ ରୁ ୧୦ ବର୍ଷ ଧରି ୨୦୧୪ ମସିହାରୁ କାର୍ଯ୍ୟରତ ଅଛନ୍ତି କିନ୍ତୁ ବର୍ତ୍ତମାନ ପରିପେକ୍ଷିରେ ବିସି ଥିବା ପଞ୍ଚାୟତ ସ୍ଥାନରେ ବ୍ୟାଙ୍କିଙ୍ଗ୍ ଆଉଟ୍ ଲେଟ୍ ଖୋଲିବା ସହ ଅନ୍ୟ ବ୍ୟାଙ୍କର ବିସିମାନଙ୍କୁ ନିଯୁକ୍ତି ଦେବା କେତେ ଦୂର ଯର୍ଥାତ ତାହା ଆଲୋଚନାର ବିଷୟ । ସରକାରଙ୍କ ସମସ୍ତ ଜନହିତକର ଯୋଜନା ଯଥା କାଳିଆ, ମଧୁବାବୁ ପେନସନ, ମନରେଗା ଯୋଜନା, ମିଶନ ଶକ୍ତି ମହିଳା ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା, ଋଣ ଇତ୍ୟାଦି ଟଙ୍କା ନେଣଦେଣ ଇତ୍ୟାଦି ପାଇଁ ହିତାଧ୍ୟାକାରୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏବେ ସରକାର ପୂର୍ବରୁ କାର୍ଯ୍ୟରତ ବ୍ୟବସାୟିକ ପ୍ରତିନିଧିମାନଙ୍କ ସ୍ବାର୍ଥକୁ ଭୁଲି ଘୋଷଣା କରିଛନ୍ତି ଯେ ପ୍ରତି ପଞ୍ଚାୟତରେ ସିଏସପି ପ୍ଲସ୍ ଖୋଲାଯାଇ ଅନୁରୂପ ଭାବେ ହିତାଧିକାରୀଙ୍କୁ ସେବା ଯୋଗାଇଦିଆଯିବ । ପ୍ରକାଶଯୋଗ୍ୟ ଯେ ବ୍ୟାଙ୍କ୍ ଦ୍ଵାରା ୮ ରୁ ୧୦ ବର୍ଷ ତଳେ ବିସିମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ବିସିମାନେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ୍ ଅଧିନରେ ନିଯୁକ୍ତ କରାଯାଇ ବିଭିନ୍ନ ଜନହିତକର ଯୋଜନାର ଅର୍ଥରାଶି ହିତାଧ୍ୟାକାରୀଙ୍କୁ ପ୍ରଦାନ କରିଆସୁଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣା ନିଷ୍ପତ୍ତି କୁ ସମସ୍ତ ବ୍ୟାଙ୍କ୍ ର କାର୍ଯ୍ୟରତ ବିସିମାନେ ବିରୋଧ କରିଛନ୍ତି । ସିଏସପି ପ୍ଲସ ଖୋଲିବା ଦ୍ବାରା ପୂର୍ବରୁ କାର୍ଯ୍ୟରତ ବିସିମାନଙ୍କ ବିଭିନ୍ନ ଦୃଷ୍ଟିକୋଣରୁ କ୍ଷତିଗ୍ରସ୍ତ ହେବେ ବୋଲି ଅଭିଯୋଗ କରିବା ସହ ପୂର୍ବରୁ କାର୍ଯ୍ୟରତ ବିସିମାନଙ୍କୁ ସିଏସପି ପ୍ଲସ୍‌ ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି। ଏହା ବିରୋଧରେ ବ୍ୟାଙ୍କ୍ ଦ୍ବାରା ନିଯୁକ୍ତ ଥିବା ବିସିମାନେ ଯାଜପୁର ଜିଲ୍ଲାର ଧର୍ମଶାଳା ବିଡ଼ିଓ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ୍ ବଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମସ୍ୟାର ଖୁବ୍ ଶୀଘ୍ର ସମାଧାନର ବାଟ ରାଜ୍ୟ ସରକାର ବାହାର ନ କଲେ ଆଗକୁ ବୃହତ୍ତ ଆନ୍ଦୋଳନକୁ ଏଡାଇ ଦିଆ ନ ଯାଇପାରେ ।

Leave a Reply

Your email address will not be published. Required fields are marked *