ଚତୁର୍ଥ ଭବାନୀପାଟଣା ଟାଉନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଭବାନୀପାଟଣା, ୨୮/୦୮ ଭବାନୀପାଟଣା ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଆଜି ଅଷ୍ଟମ ଦିବସରେ ଚତୁର୍ଥ ଭବାନୀପାଟଣା ଟାଉନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଇଭିନିଙ୍ଗ କ୍ଲବ୍ ବନାମ ମାଣିକେଶ୍ୱରୀ କ୍ଲବ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଭିନିଙ୍ଗ କ୍ଲବ୍ ୩ଟି ଗୋଲ ଦେଇଥିବା ବେଳେ ମାଣିକେଶ୍ୱରୀ କ୍ଲବ୍ ଶୂନ୍ୟ ଗୋଲ କରିଥିଲା । ତେବେ ଅଷ୍ଟମ ଦିନ ମ୍ୟାଚରେ ଇଭିନିଙ୍ଗ କ୍ଲବ୍ ବିଜୟ ହୋଇଛନ୍ତି । ମ୍ୟାଚକୁ ପରିଚାଳନା କରିଥିଲେ ରେଫରୀ ନବନୀ ନାୟକ, ପି.ଭି. ରାଉ, ଅଶୋକ ବାଗ ଏବଂ ଉଦ୍ଧବ ମାଝୀ ।
ଆଜିର ଏହି ମ୍ୟାଚରେ ଶ୍ରୀ ସମ୍ଭପ୍ରସାଦ ରାଉତ କ୍ରୀଡାସଂସ୍ଥାର ବରିଷ୍ଠ ସଭ୍ୟ ଖେଳାଳୀମାନଙ୍କ ସହିତ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା କ୍ରିଡାର ସାଧାରଣ ସଂପାଦକ ତଥା ଓଡିଶା ଅଲମ୍ପିକ ଏସୋସିଏସନ୍‌ର ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଯୁଗ୍ମ ସଂପାଦକ ସୁନୀଲ କୁମାର ବେହେରା, ଶ୍ରୀ କାଳୀ ପ୍ରସାଦ ପଟ୍ଟନାୟକ, ଫୁଟବଲ ସାଂପଦକ ମହମ୍ମଦ ଅବଦୁଲ କାଦୀର, ଅଜୟ ପଟ୍ଟନାୟକ, ବିପିନ ମିଶ୍ର, ପଙ୍କଜ ପଟ୍ଟନାୟକ, ନଳିନୀ ମୁଣ୍ଡ, ଜଳେଶ୍ୱର ଗଉଡ, ଲଡୁ ମିଶ୍ର, ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ମ୍ୟାଚ କଳାହାଣ୍ଡି ୟୁନିର୍ଭସିଟି ବନାମ ରିଜର୍ଭ ପୋଲିସ୍ କେମ୍ପସ ଟିମ୍ ମଧ୍ୟରେ ଅନୁଷ୍ଠିତ ହେବ କଳାହାଣ୍ଡି ରୁ ହେମନ୍ତ ସାହୁ ଙ୍କ ରିପୋର୍ଟ ରିପବ୍ଲିକ ଓଡିଶା

Leave a Reply

Your email address will not be published. Required fields are marked *