ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ରାଷ୍ଟ୍ରୀୟ ହିନ୍ଦୀ ସେବା ସମ୍ମାନ 2023 ରେ ସମ୍ଵର୍ଦ୍ଧିତ

– ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରୀୟ ହିନ୍ଦୀ ସେବା ସମ୍ମାନ 2023 ରେ ସମ୍ଵର୍ଦ୍ଧିତ କରାଯାଇ ଅଛି, ପୁର୍ବରୁ ମଧ୍ଯ ତାଙ୍କୁ ରାଷ୍ଟ୍ରୀୟ ସାହିତ୍ୟ ଶିରୋମଣି ସେବା ସମ୍ମାନ, ସାହିତ୍ୟ କି ଅମୂଲ୍ୟ ରତ୍ନ ଓ ସଙ୍ଗମ ସାହିତ୍ୟ ସେବା ସମ୍ମାନ 2023 ପରି ଆୱାର୍ଡ ମିଳିସାରିଛି, ପଣ୍ଡିତ ଦାଶରଥି ସାମନ୍ତରାୟ ଓଡିଶା ତଥା ଦେଶର ବିଭିନ୍ନ ସ୍ଥାନରେ ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟ ରେ ପ୍ରବଚନ ଦେଇ ଅଛନ୍ତି, ମହାପ୍ରଭୁ ଙ୍କ କୃପାରୁ ତାଙ୍କ ଦ୍ଵାରା ସ୍କନ୍ଦ ପୁରାଣ ର ସଂସ୍କୃତ ରୁ ଗଦ୍ୟ ଭାବେ ପ୍ରକାଶିତ ହୋଇ ଅଛି, ଅତି ସରଳ ଭାଷାରେ ଲିଖିତ ଏହି ବହି ଟି ଓଡିଶା ରେ ଆଦୃତ ହୋଇଛି, ପ୍ରଶ୍ନୋତ୍ତର ରେ ଶ୍ରୀଜଗନ୍ନାଥ ବହି ମଧ୍ଯ ତାଙ୍କର ଅବଦାନ, ତାଙ୍କ ଦ୍ଵାରା କରାଯାଇ ଥିବା ସ୍କନ୍ଦ ପୁରାଣ ର 16 ଭାଗ, ଶ୍ରୀଜଗନ୍ନାଥ ପଞ୍ଚରାତ୍ର ର 5 ଟି ଭାଗ,, ବୈଷ୍ଣବ ଭାବନା ରେ ଶ୍ରୀଜଗନ୍ନାଥ 2 ଭାଗ, କାର୍ତିକେ ରାଧା ଦାମୋଦର, ହାରି ନାମେ କି ରସ ଅଛି, ଶ୍ରୀକୃଷ୍ଣ ଭାଗବତ, ଆମେ ଓଡ଼ିଆ ଆମ ମହାପ୍ରଭୁ ଭାରି ବଢିଆ, ଚାଲ ଆମେ ବୁଲି ଯିବା ପୁରୀ କୁ, ଓ ଅନ୍ୟାନ୍ୟ ବହୁ ଭିଡିଓ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ପ୍ରବଚନ ଭାବେ କରାଯାଇ ୟୁ ଟ୍ୟୁବ ରେ ଛଡାଯାଇଛି, ଏହି ପ୍ରବଚନ ଭିଡିଓ ଗୁଡିକୁ ସମସ୍ତେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ୟୁ ଟ୍ୟୁବ ରୁ ଡାଉନ ଲୋଡ କରି ନିଜେ ଦେଖିବା ସହିତ ଅନ୍ୟ ମାନଙ୍କୁ ପଠାଇ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରିବାକୁ ସମସ୍ତଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆହ୍ଵାନ ଦିଆଯାଇଛି, ପ୍ରବଚନ ଭିଡିଓ ଗୁଡିକ ତଥ୍ଯ ଭିତିକ କରାଯାଇଥିବା ଯୋଗୁଁ ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହେବ,ତାଙ୍କ ର ପ୍ରବଚନ ଭିଡିଓ ଗୁଡିକ ଅତି ସରଳ ଓଡ଼ିଆ ଭାଷାରେ କରାଯାଇଛି, ଏହା ଆଗାମୀ ଦିନରେ ଓଡ଼ିଶା ର ଜନସାଧାରଣ ଙ୍କ ନିମନ୍ତେ ଏକ ଅମୂଲ୍ୟ ରତ୍ନ ଭାବେ ପରିଚିତ ହେବ,

Leave a Reply

Your email address will not be published. Required fields are marked *