ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ସମ୍ମାନୀତ ହେଲେ ଦୁଇ ଜଣ ଶିକ୍ଷକ।

ପଦ୍ମପୁର (୩୧.୮.୨୩) ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ଗୁଡିଆଵନ୍ଧ ପଂଚାୟତ ର ବସନ୍ତ ଦେବୀ ବିଦ୍ୟାପୀଠରେ ଆଜି ବରିଷ୍ଠ ଶିକ୍ଷାବିତ ପ୍ରଶାନ୍ତ କୁମାର ଶତପଥୀ ଓ ଶିକ୍ଷକ ତଥା କଳାକାର ମନୋଜ କୁମାର ଜେନା ଙ୍କୁ ପଦ୍ମପୁର ଅଚଳ ର ବରିଷ୍ଠ ସାମ୍ବାଦିକ ତଥା ଗୁଜରାଟର ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତ ସାମ୍ବାଦିକ ପ୍ରଶାନ୍ତ କୁମାର କର ସେମାନଙ୍କୁ ସମ୍ମାନିତ କରିଛନ୍ତି। ଆଜି ବସନ୍ତ ଦେବୀ ବିଦ୍ୟାପୀଠରେ ଗହ୍ମାପୂଣ୍ଣାମା ଓ ବେଦମାତା ଗାୟତ୍ରୀ ଙ୍କଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଅଛି। ଏଥିରେ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଶତପଥୀ ଙ୍କ ଆହ୍ୱାନ କ୍ରମେ ଏକ ସଭା ର ଆୟୋଜନ କରା ଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଦିନଟି କିଭଳି ମହତ୍ଵ ପୂର୍ଣ୍ଣ ତାହା ଶିକ୍ଷକ ମାନେ ବୁଝାଇଥିଲେ। ଏଥିରେ ବିଦ୍ୟାପୀଠର ପିଲାମାନେ ସୁନ୍ଦର ଭଜନ ପରିବେଷଣ କରିଥିଲେ ଓ ମନୋଜ କୁମାର ଜେନା ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଶିଶୁ କଳାକାର ମାନେ ହେଲେ ମମତା ଶବର,ଦେମାଳିନି ଗମାଙ୍ଗ,,ମଞ୍ଜୁଶଵର, ହରପ୍ରିୟା ଶବର, ଅପସରା ଗମାଙ୍ଗ,ଚନ୍ଦନା ହୁଇକା , କାଜଲ ସାମୁଟିକା, ମାମୁନି ମାଝୀ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ଏଭଳି କାର୍ଯ୍ୟ କ୍ରମ ବିଗତ୧୯.୮.୨୦୦୫ ମସିହା ରେ ସେତେବେଳେ ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ରବିନାରାୟଣ ନନ୍ଦ ପ୍ରଥମେ ଏହି ଅନୁଷ୍ଠାନ ରେ ଆରମ୍ଭ କରି ଥିଲେ। ସେହିଦିନ ଠାରୁ ଏଭଳି କାର୍ଯ୍ୟ କ୍ରମ ପ୍ରତିବର୍ଷ କରାଯାଇଛି।

Leave a Reply

Your email address will not be published. Required fields are marked *