ବଲାଙ୍ଗିର ପୌରପରିଷଦ ପକ୍ଷରୁ ଜିଲ୍ଲାରେ ପାଳନ କରାଯାଇଛି ନିଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ

ବଲାଙ୍ଗିର ୩୧/୦୮: ଆଜି ବଲାଙ୍ଗିର ପୌରପରିଷଦ ପକ୍ଷରୁ ଜିଲ୍ଲାରେ ପାଳନ କରାଯାଇଛି ନିଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ । ନିଜକୁ ଶାସନ କରିବା ହି ସ୍ୱାୟତ ଶାସନ । ଏହି ଶାସନରେ ଭାଗୀଦାରିତା ପାଇଁ ଜନସାଧାରଙ୍କ ସପୃକ୍ତି ନିଶ୍ଚୟ । ୩ ସ୍ତରୀୟ ଶାସନରେ ସ୍ୱାୟତ ଶାସନ ଅତ୍ୟନ୍ତ ଜରୁରୀ । ଆଉ ପ୍ରତ୍ଯେକ ବଲାଙ୍ଗିର ବାସୀ ତାଙ୍କର ନିଜ ସପୃକ୍ତି ଯୋଗୁଁ ଜିଲ୍ଲା ଉନ୍ନତି ରେ ଭାଗୀଦାର । ଏଥିପାଇଁ ସମସ୍ତେ ଗର୍ବ କରିବା କଥା ବୋଲି କହିଛନ୍ତି ଆରଖି ଅଧିକ୍ଷକ ଶ୍ରୀ ଋଷିକେଶ ଖିଲାରି ଦ୍ୟାନଦେଓ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଲ ରାଣା ମଧ୍ୟ ଲୋକଙ୍କ ସମସ୍ଯା ର ସ୍ତର ବଦଳିବା କୁ ନେଇ ବକ୍ତ୍ୟବ ରଖିଥିଲେ । ପୂର୍ବରୁ ଲୋକ ପାଣି, ରାସ୍ତା ପରି ସମସ୍ଯା କଥା କହୁଥିବା ବେଳେ ଆଜି ପାର୍କ , ଜିମ ଆବଶ୍ୟକ ବୋଲି କହୁଛନ୍ତି ଯାହା ସୂଚାଉଛି କି ଆମେ ବିକାଶ କରୁଛୁ । ନ୍ଯୁନତମ ଆବଶ୍ୟକତା ମିଳିବା ପରେ ଆମେ ଆମ ଆବଶ୍ୟକତା କୁ ବଦଳଉଛୁ । ତେବେ ଜିଲ୍ଲାରେ ୬ଟି କଲ୍ଯାଣ ମଣ୍ଡପ ବାବଦରେ ୧୫କୋଟିରୁ ଉର୍ଦ୍ଧ, ଅନେକ ପାର୍କ , ଖୋଲା ବ୍ଯୟାମଶାଳ, ଟାଉନ ହଲ ମରାମତି ବାବଦରେ ଦେଢକୋଟି ଭଳି ପ୍ରକଳ୍ପ ପୌରପରିଷଦ ବିକାଶଶୀଳ ଏବଂ ଲୋକାଭିମୁଖୀ ବୋଲି କହିଥିଲେ । ସ୍ୱାୟତଶାସନ ପାଇଁ ସେ ସମସ୍ତ ଙ୍କୁ ସାଧୁବାଦ ଜଣେଇବା ସହ ଆଗାମୀ ଦିନରେ କିପରି ଅଧିକ ସମସ୍ଯା ସମାଧାନ କରିବାକୁ ଗୁରୁତ୍ଵ ଦେବ ସେଥିପାଇଁ ପୌରପରିଷଦ କୁ ଅଧିକ କ୍ରିୟାଶୀଳ ହେବାକୁ କହିଥିଲେ । ଏଥିରେ ପୂର୍ବତନ ପୌରପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ୍ୟାଙ୍କୁ ସମ୍ମାନିତ କରଯାଇଥିଲା । ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସରକାରଙ୍କ ଉନ୍ନତିମୂଳକ ପଦକ୍ଷେପ ଯୋଗୁଁ ଆଜି ମହିଳା ତଥା ରାଜ୍ୟ ର ବିକାଶ ହେଇଛି ବୋଲି କହିଥିଲେ । ସେ ସାଥି କର୍ପୋରେଟର ଙ୍କୁ ମଧ୍ୟ ପୌରପରିଷଦର ଉନ୍ନତି ପାଇଁ ସହଭାଗୀତା କୁ ପ୍ରଶଂସା କରିଥିଲେ । ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ଵମ୍ବର ମିଶ୍ର ସଭା ପରିଚାଳନା କରିଥିଲେ । ସଫେଇ କର୍ମଚାରୀ , ବିଭିନ୍ନ ସ୍ବଛାସେବୀ ଅନୁଷ୍ଠାନ କୁ ପୁରସ୍କୃତ କରଯାଇଥିଲା । ଶେଷରେ ସଂସ୍କୃତିକ କାର୍ଯ୍ୟକାମ ପରିବେଷଣ ହେଇଥିଲା ।

Leave a Reply

Your email address will not be published. Required fields are marked *