ଓଡ଼ିଆ ସାହିତ୍ୟର ମହାକାବ୍ୟ “ଶୈବ ରସାମୃତ”


ଭୁବନେଶ୍ୱର- “ଶୈବ ରସାମୃତ” ଓଡ଼ିଆ ଭାଷା ସାହିତ୍ୟର ଏକ ବିରଳ ଉପାଦେୟ ଗ୍ରନ୍ଥ। ଉଭୟ ଆଙ୍ଗିକ ଓ ଆତ୍ମିକ ଅନନ୍ୟତା ଦ୍ରୁଷ୍ଟିରୁ ଓଡ଼ିଆ ସାହିତ୍ୟ ଜଗତର ଏକ ମହାର୍ଘ ରତ୍ନ ସଦ୍ରୁଶ। ଏହା ପନ୍ଦର ଖଣ୍ଡ/ଯୋଗ ଏବଂ ପାଂଚ ହଜାର ପ୍ରୁଷ୍ଠା ସମ୍ବଳିତ ଏକ ମହାନ ଦୀର୍ଘ ସାଧନା ପ୍ରସୂତ ଗ୍ରନ୍ଥ। ଦେବାଧିଦେବ ମହାଦେବ ଏବଂ ଦେବୀ ପାର୍ବତୀଙ୍କ ଅପାର କରୁଣା ଓ ପ୍ରତ୍ୟକ୍ଷ ଆଶୀର୍ବାଦ ତଥା ଅଖଣ୍ଡ କ୍ରୁପା ଲାଭ କରି ପଣ୍ଡିତ ଦୈତ୍ଯାରି ମହାପାତ୍ରଙ୍କ ଦୀର୍ଘ ଚବିଶ ବର୍ଷର ସାଧନାରେ ମଗ୍ନ ରଚିତ ଏହି “ଶୈବ ରସାମୃତ” ଧର୍ମ ସାହିତ୍ୟର ଏକ ଅମୂଲ୍ଯ ଗ୍ରନ୍ଥ। ଏକ ଲକ୍ଷ ବାସ୍ତରି ହଜାର ସାତଶହ ବାଇଶି ପଦ ସମନ୍ନିତ ନବାକ୍ଷରୀ ବ୍ରୁତ୍ତରେ ରଚିତ ଏହି ମହାନ ଗ୍ରନ୍ଥରେ ମଙ୍ଗଳମୟ ପରମେଶ୍ୱରଙ୍କ ପ୍ରତି ଭକ୍ତର ସମ୍ପୂର୍ଣ୍ଣ ସମନ୍ବୟ ଓ ସମର୍ପଣ ଭାବର ସୁନ୍ଦର ନିଦର୍ଶନ ମିଳେ। ଏହା ସାଧାରଣ ମଣିଷ ପାଇଁ ଯେତିକି ଆଶ୍ଚର୍ୟ୍ଯଜନକ ସେତିକି ଅସମ୍ଭବ ସ୍ରୁଷ୍ଟି। ଏହି ମହାକାବ୍ୟକୁ ପନ୍ଦରଟି ସ୍କନ୍ଧ ବା ଯୋଗରେ ବିଭକ୍ତ କରାଯାଇଛି। ପନ୍ଦରଟି ଯୋଗର ନାମକରଣ କରାଯାଇଛି ଆଦ୍ଯ ଯୋଗ, ସ୍ରୁଷ୍ଟି ପ୍ରସଂଗ ଓ ଜନ୍ମଜାତ ଯୋଗ, ଏକାମ୍ର ରସ ବା ରାହାସ ଯୋଗ, ରୁଦ୍ର ଯୋଗ, ଜ୍ଞାନ ଯୋଗ, କର୍ମ ଯୋଗ, କ୍ରିୟା ଯୋଗ, ଆତ୍ମଜ୍ଞାନ ଯୋଗ, ବ୍ରହ୍ମଜ୍ଞାନ ଯୋଗ, ଭକ୍ତି ଯୋଗ, ତପଜ୍ଞାନ ଯୋଗ, ଧ୍ୟାନ ଯୋଗ, ଅମ୍ରୁତ ଯୋଗ, ପିଣ୍ଡ ବ୍ରହ୍ମାଣ୍ତ ଯୋଗ ଏବଂ ମାହାତ୍ମ୍ଯ। ଶୈବ ରସାମୃତ ମାହାତ୍ମ୍ଯକୁ ସଂସ୍କୃତ ଭାଷାର ମିତ୍ରାକ୍ଷର ଛନ୍ଦରେ ରଚନା କରାଯାଇଛି।ପ୍ରତି ଯୁଗରେ ମୁନିରୁଷିମାନଙ୍କ ଦ୍ବାରା ସ୍ରୁଷ୍ଟି ହୋଇଥିବା ମହାନ ଗ୍ରନ୍ଥ ମହାଭାରତ, ରାମାୟଣ, ଭାଗବତ, ବେଦ, ବେଦାନ୍ତ, ଉପନିଷଦ, ଅଷ୍ଟାଦଶ ପୁରାଣ ଭଳି “ଶୈବ ରସାମୃତ” କଳି ଯୁଗରେ ଏକ ମହାନ ଅମୂଲ୍ଯ ଗ୍ରନ୍ଥ ହୋଇ କାଳ କାଳକୁ ରହିବ ବୋଲି ବିଶିଷ୍ଟ ଭାଷାବିତ୍ ମାନେ କୁହନ୍ତି। ଭାଷାର ସାରଲ୍ୟ ଦ୍ରୁଷ୍ଟିରୁ ସବୁ ବର୍ଗର ଲୋକମାନଙ୍କ ନିକଟରେ ଏହା ବୋଧଗମ୍ୟ ଏବଂ ଆଦ୍ରୁତ ହୋଇପାରିବ।
ଏହି ମହାପୁରାଣର ସ୍ରଷ୍ଟା ପଣ୍ଡିତ ଦୈତ୍ଯାରି ମହାପାତ୍ର ବାଲ୍ୟାବସ୍ଥାରୁ ଯୋଗ- ସାଧନା ଭିତରେ ତ୍ୟାଗପୂତ ସରଳ ଜୀବନ ବିତାଉଛନ୍ତି। ସୁଖ, ଆନନ୍ଦ ଆଉ ଭୋଗର ବୟସରେ ସନ୍ୟାସୀର ଜୀବନ ବିତାଇ ସେ ଏପରି ଏକ ମହାନ ଗ୍ରନ୍ଥ ସ୍ରୁଷ୍ଟି କରିପାରିଛନ୍ତି। ଈଶ୍ବର ସେବା ତାଙ୍କର ଧର୍ମ, ମାନବ ସେବା ତାଙ୍କର କର୍ମ। ଏତେ ଅଳ୍ପ ବୟସରୁ ସେବା- ତ୍ଯାଗ ଓ ଭକ୍ତିପ୍ରାଣତାର ସେ ଯେଉଁ ଉଦାହରଣ ସ୍ରୁଷ୍ଟି କରିଛନ୍ତି ବିଶ୍ବ ସାହିତ୍ୟ ଜଗତରେ ତାର ପଟାନ୍ତର ନାହିଁ।
ବିଶ୍ବ ସାହିତ୍ୟ ଜଗତରେ ଶୈବ ରସାମୃତ ଏକ ଅନୁପମ ମହାର୍ଘ କୀର୍ତ୍ତି ବୋଲି ମହାମହିମ ରାଷ୍ଟ୍ରପତି ଡକ୍ଟର ଏ ପି ଜେ ଅବଦୁଲ କଲାମ, ମହାମହିମ ରାଜ୍ଯପାଳ ପ୍ରଫେସର ଗଣେଶୀ ଲାଲ୍, ବଶ୍ବଭୂଷଣ ହରିଚନ୍ଦନ, ସର୍ବୋଚ୍ଚ ନ୍ଯାୟାଳୟର ମୁଖ୍ଯ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ର, ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ବାଚସ୍ପତି ଶରତ କର, ସାଂସଦ ପ୍ରସନ୍ନ ପାଟଶାଣୀ ପ୍ରମୁଖ କହିଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ଡକ୍ଟର ବ୍ରଜକିଶୋର ସ୍ବାଇଁ, ପଣ୍ଡିତ ଅଚ୍ୟୁତାନନ୍ଦ କର, ପ୍ରଫେସର ବିଚିତ୍ରାନନ୍ଦ ମହାନ୍ତି, ଗଂଗାଧର ବଳ, ଧନେଶ୍ଵର ମହାପାତ୍ର, ଗୌରୀକୁମାର ବ୍ରହ୍ମା, ଦୋଳଗୋବିନ୍ଦ ଶାସ୍ତ୍ରୀ, ଗୋରାଚାନ୍ଦ ମିଶ୍ର, ରବିନାରାୟଣ ମହାପାତ୍ର, ହ୍ରୁଦାନନ୍ଦ ରାୟ, ପଠାଣି ପଟ୍ଟନାୟକ, ରତ୍ନାକର ଚଇନି, ରେଖା ମହାନ୍ତି, ସୁବୋଧ କୁମାର ଚାଟାର୍ଜୀ, ନିରଂଜନ ପଣ୍ଡା, ଶ୍ୟାମା ପ୍ରସନ୍ନ ମିଶ୍ର, କ୍ରୁଷ୍ଣ ଚରଣ ବେହେରା, ବୈଷ୍ଣବ ଚରଣ ସାମଲ, ବାବାଜୀ ଚରଣ ପଟ୍ଟନାୟକ, ଖଗେନ୍ଦ୍ରନାଥ ମଲ୍ଲିକ, ଅରୁଣ କୁମାର ପଣ୍ଡା, ହରିହର କାନୁନଗୋ,ବିଜୟାନନ୍ଦ ସିଂହ, ହେମେନ୍ଦ୍ର ନାରାୟଣ ଦାସ, ଯଜ୍ଞେଶ୍ଵର ବାବୁ, ମୀନାକ୍ଷୀ ଦେବୀ ପ୍ରମୁଖ ଏହି ମହାକାବ୍ୟରେ ମୁଖବନ୍ଧ ଲେଖିବା ସହିତ ଗ୍ରନ୍ଥର ସ୍ରଷ୍ଟା ଆବାଲ୍ୟ ଶିବ ଉପାସକ ପଣ୍ଡିତ ଦୈତ୍ଯାରି ମହାପାତ୍ରଙ୍କ ସାଧନା ଓ ସ୍ରୁଷ୍ଟିକୁ ଭୁରି ଭୁରି ପ୍ରସଂସା କରିଛନ୍ତି। ସେ ଯାହାହେଉ ପଣ୍ଡିତ ମହାପାତ୍ରଙ୍କ ସ୍ରୁଷ୍ଟି ମହାକାବ୍ୟ ଶୈବ ରସାମୃତ ଓଡ଼ିଆ ଭାଷା ସାହିତ୍ୟର ଏକ ମହାର୍ଘ ଅମୂଲ୍ଯ କୀର୍ତ୍ତି ଏହାକୁ ଅସ୍ବୀକାର କରାଯାଇ ପାରିବ ନାହିଁ।

Leave a Reply

Your email address will not be published. Required fields are marked *