ଦ୍ଵିତୀୟ ଆନ୍ତଃଜିଲ୍ଲା ହକି ଚମ୍ପିୟାନସିପ୍ ରେ ଭାଗ ନେବା ପାଇଁ ବଲାଙ୍ଗୀର ଜିଲ୍ଳା ସିନିୟର ହକି ଦଳ ଆଜି ଅଜାମ୍ବର ରାଜପଲିଆଙ୍କ ନେତୃତ୍ବରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛି

ବଲାଙ୍ଗିର ୦୪/୦୯ : ଦ୍ଵିତୀୟ ଆନ୍ତଃଜିଲ୍ଲା ହକି ଚମ୍ପିୟାନସିପ୍ ରେ ଭାଗ ନେବା ପାଇଁ ବଲାଙ୍ଗୀର ଜିଲ୍ଳା ସିନିୟର ହକି ଦଳ ଆଜି ଅଜାମ୍ବର ରାଜପଲିଆ ଙ୍କ ନେତୃତ୍ବରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛି। ବଲାଙ୍ଗୀର ରେଳ ଷ୍ଟେସନ ଠାରେ ଦଳର ଭଲ ପ୍ରଦର୍ଶନ ସକାଶେ ଜିଲ୍ଳା କ୍ରୀଡ଼ା ଅଧିକାରୀ ଶ୍ରୀ ପରାଶର ବାଗ ଏବଂ ଜିଲ୍ଲା ନିଜାରତ ଅଫିସର୍ ଘନଶ୍ୟାମ ମୁଣ୍ଡ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା କ୍ରୀଡ଼ାବିତ୍ ଅଶୋକ ରାୟ, ନଳିନୀକାନ୍ତ କନ୍ହେର୍, ବିବେକାନନ୍ଦ ନାଏକ ଏବଂ ସୁଶାନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ |

ବଲାଙ୍ଗୀର ରୁ ବିନ୍ଦିଆ ରାନୀ ମିଶ୍ର
ରିପୋର୍ଟର ରିପବ୍ଲିକ ଓଡ଼ିଶା..

Leave a Reply

Your email address will not be published. Required fields are marked *