ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଚି, ଦଳୀୟ ସ୍ୱାର୍ଥ କୁ ବାଦ ଦେଇ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଚାଲିଥିବା ରାଜନୀତି

ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଚି, ଦଳୀୟ ସ୍ୱାର୍ଥ କୁ ବାଦ ଦେଇ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଚାଲିଥିବା ରାଜନୀତି ଏବେ ପଦାକୁ ଆସିଛି ଯାହା ଝରୀଗାଁ ବିଜୁ ଜନତା ଦଳର ଭିତିରି କଥା ଏବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଠା ପ୍ରଦୀପ ମାଝିଙ୍କ ସାନଭାଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ର କୂଟ୍ରିଛାପର ଗ୍ରାମପଂଚାୟତ ର ସମିତିସଭ୍ୟ ପ୍ରସନ୍ନ ମାଝୀ ଙ୍କ ଫେସବୁକ ପୋଷ୍ଟ ପରେ ଦଳଭିତରେ ଦଳୀୟ କର୍ମୀଙ୍କୁ ହିଁ କୋଣଠେସା କରାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ,ଯାହାକି ଏବେ ଏହି ପୋଷ୍ଟ ଟି ଝରୀଗାଁ ବିଜେଡି ର ଗୁମର ଖୋଲିଦେଇଛି , ଝରୀଗାଁ ବିଜେଡି ରେ ଏବେ ଫେସଭେଲ୍ୟୁ କୁ ନେଇ ଉଠିଛି ପ୍ରଶ୍ନ, ଯାହା କି ପ୍ରଦୀପ ବାବୁ କଂଗ୍ରେସ ର ହାତ ଛାଡି ଯେବେ ପ୍ରଦୀପ ବାବୁ ବିଜେଡି ରେ ଶଙ୍ଖ ଫୁଙ୍କିଲେ ତ ତାଙ୍କ ସହ ଅନେକ କର୍ମୀ ମଧ୍ୟ ବିଜେଡି ରେ ସାମିଲ ହେଲେ ହେଲେ କିନ୍ତୁ ବର୍ତ୍ତମାନ ଯାହା ସାମ୍ନାକୁ ଆସିଛି ସେମାନେ ବିଜେଡି ରେ ସାମିଲ ହୋଇଥିଲେ ମଧ୍ୟ ସେମାନଙ୍କୁ ବିଜେଡି ର ମାନ୍ୟତା ଆଜିସୁଦ୍ଧା ଦିଆଗଲାନାହିଁ, ବିଜେଡି ରେ ସାମିଲ ହୋଇଥିବା ତଥା ପ୍ରଦୀପ ବାବୁଙ୍କୁ ସମର୍ଥନ କରୁଥିବା ବିଜେଡି ର ହିଁ ପୁରୁଖା ବିଜେଡି କର୍ମୀ ଏବେ ଝରୀଗାଁ ବିଜେଡି ପାଇଁ ଅଲୋଡ଼ା ହୋଇପଡିଛନ୍ତି, ତାଙ୍କୁ ବିଯୁଜନତା ଦଳର ସଭାସମିତି ମନା ହୋଇପଡିଛି.
ଶ୍ରୀଯୁକ୍ତ ପ୍ରଦୀପ ମାଝୀ ଙ୍କୁ ଗଡ଼ ମନା ଭଳି ରାଜନୀତି ବିଜେଡି କୁ ଏବେ ଦ୍ବନ୍ଦରେ ପକେଇଚି, ଯାହାକି ଦଳୀୟ ସ୍ୱାର୍ଥ କୁ ବାଦ ଦେଇ ଏଭଳି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳୀୟ ସ୍ୱାର୍ଥ ବଳି ପଡିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି.
ଝରୀଗାଁ ବିଯୁଜନତା ଦଳର ଦୁଇ ମାଝୀ ବ୍ରଦର୍ସ ଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା ମଧ୍ୟରେ ବର୍ତ୍ତମାନ କ୍ଷମତାରେ ଅଛନ୍ତି ମାନ୍ୟବର ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଏବଂ ନବରଙ୍ଗପୁର ଲୋକସଭା ସାଂସଦ ରମେଶଚନ୍ଦ୍ର ମାଝୀ,ତେବେ ପ୍ରଦୀପ ବିଜେଡି ରେ ସାମିଲ ହେବାପରେ ତାଙ୍କ ଲୋକପ୍ରିୟତାକୁ ଚେକ ଦେବାପାଇଁ ଏକ ପ୍ରକାର ପ୍ରୟାସ ଚାଲିଥିବା ମଧ୍ୟ କୁହାଯାଉଛି,
ଏବେ ପ୍ରଦୀପ ଙ୍କ ସାନଭାଇ ନିଜର ଆତ୍ମସମ୍ମାନ ରକ୍ଷା କରିବାକୁ ଯାଇ ସର୍ବସାଧାରଣ ଙ୍କୁ ପଚାରିଛନ୍ତି ପ୍ରଶ୍ନ
ସେ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେବାପରେ ତାଙ୍କୁ ଏବଂ ତାଙ୍କ ସାମର୍ଥକଙ୍କୁ ବିଜେଡି ମନା ଭଳି ବ୍ୟବହାର କରାଯାଉଛି ତେଣୁ ସେ କେଉଁ ଦଳକୁ ଯିବେ ସେଥିନେଇ ମତାମତ ଲୋଡିଛନ୍ତି ଯାହା ଦଳୀୟ ସ୍ୱାର୍ଥ କୁ ବାଦ ଦେଇ ବ୍ୟକ୍ତିଗତ ସ୍ୱାର୍ଥ ଲାଗି ଚାଲିଥିବା ରଣନୀତି ପଦାରେ ପଡିଛି,ଏବେ ନିର୍ବାଚନ ନିକଟ ହୋଇଆସୁଥିବା ବେଳେ ଶ୍ରୀଯୁକ୍ତ ପ୍ରସନ୍ନ ମାଝିଙ୍କ ଏହି ପୋଷ୍ଟ କୁ ନେଇ ନବରଙ୍ଗପୁର ରାଜନୀତି ଏବେ ସରଗରମ ହୋଇଉଠିଛି,

Leave a Reply

Your email address will not be published. Required fields are marked *