କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆନ୍ଦୋଳନ ସ୍ଥଳକୁ ଯାଇ ଛାତ୍ରମାନଙ୍କ ସମସ୍ୟାକୁ ନେଇ ଆଲୋଚନା

ସ୍ଥାନୀୟ ସରକାରୀ ଆୟୁର୍ବେଦିକ କଲେଜ ସମ୍ମୁଖରେ ହୋମିଓପ୍ୟାଥି ମେଡିକାଲ ଷ୍ଟୁଡେଷ୍ଟ ଏସୋସିଏସନ୍‌ ଏବଂ ଆୟୁର୍ବେଦିକ ମେଡିକାଲ ଷ୍ଟୁଡେଣ୍ଟ ଏସୋସିଏସନ୍‌ଙ୍କ ମିଳିତ ମଂଚ ଓ ଅଲ ଓଡିଶା ଆୟୁଷ ଷ୍ଟୁଡେଣ୍ଟ ଏସୋସିଏସନ୍‌ଙ୍କ ଡାକରାରେ ସାରା ରାଜ୍ୟରେ ଆୟୁଷ ଡାକ୍ତରୀ ଛାତ୍ରମାନଙ୍କର ତାଙ୍କର ବିଭିନ୍ନ ଦାବୀକୁ ନେଇ ଆନ୍ଦୋଳନ ଜାରି ରହିଛି । ଆଜି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆନ୍ଦୋଳନ ସ୍ଥଳକୁ ଯାଇ ଛାତ୍ରମାନଙ୍କ ସହ ତାଙ୍କ ସମସ୍ୟାକୁ ନେଇ ଆଲୋଚନା କରିଥିଲେ ।ଆଜି ଧାରଣା ସ୍ଥଳରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଏହି ଆନ୍ଦୋଳନ ଆୟୁଷ ଡାକ୍ତରୀ ଛାତ୍ରମାନଙ୍କ ନ୍ୟାର୍ଯ୍ୟ ଦାବୀକୁ ନେଇ ସାରା ରାଜ୍ୟରେ ସଂଗଠିତ ହୋଇଛି । ମୁଁ ଏହି ଆନ୍ଦୋଳନକୁ ଏବଂ ଦାବୀକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଛି । ଆଗାମୀ ସପ୍ତାହରେ ଏହି ଡାକ୍ତରୀ ଛାତ୍ରମାନଙ୍କ ଦାବୀକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ ଆଶା ଅଛି ନିଶ୍ଚୟ ଏହାର ନିସ୍କର୍ଷ ବାହାରିବ ବୋଲି ଆନ୍ଦୋଳନରତ ଡାକ୍ତରୀ ଛାତ୍ର ଛାତ୍ରୀମାନଙ୍କୁ କହିଥିଲେ ।

Leave a Reply

Your email address will not be published. Required fields are marked *