ଖୁଜେନପାଲି ହତ୍ୟା ଘଟଣାର ବଡ଼ ଖୁଲାସ କଲା ସଦର ପୋଲିସ

ଖୁଜେନପାଲି ହତ୍ୟା ଘଟଣାର ବଡ଼ ଖୁଲାସ କଲା ସଦର ପୋଲିସ : ୫ ଜଣ ହତ୍ୟାକାରୀକୁ ଗିରଫ କରି ସିନ ରିକ୍ରିଏସନ୍‌ କଲାବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ପୁଲିସକୁ ଗତ ୩ ତାରିଖ ସନ୍ଧ୍ୟାରେ ଖୁଜେନ ପାଲିରେ ହୋଇଥିବା ସିଦ୍ଧାନ୍ତ ବଗର୍ତ୍ତୀ ହତ୍ୟାକାଣ୍ଡ ଘଟଣାରେ ଏକ ବଡ଼ ସଫଳତା ମିଳିଛି । ଆଜି ଏହି ଘଟଣାରେ ବଲାଙ୍ଗିର ସଦର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କୁ ନେଇ ଖୁଜେନପାଲି ତଥା ଘଟଣାସ୍ଥଳରେ ସିନ୍‌ ରକ୍ରିଏସନ୍‌ କରିଥିବା ଜଣାପଡିଛି । ଗିରଫ ୫ ଜଣ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ସହରର ସାଲେପାଲିର ସୁଦିନ ଓରଫ ସିଣ୍ଟୁ ଜାନି, ମନିଷ ସୁନା, କୁନା ଜାଲ, ଇଦୁଲ ଖାନ୍‌ ଓରଫ ଛୋଟୁ ଓ ଉଦୟନଗରର ରାକେଶ ଜେନା ଓରଫ ଗୁଡ୍ଡୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗିରଫ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଭିଆଇ ଥିବା ସିନ୍‌ରିକ୍ରିଏସନ୍‌ ସମୟରେ ସ୍ୱିକାର କରିଛନ୍ତି । ସୂଚାନ ଅନୁସାରେ କେଶରକେଲାର ସିଦ୍ଧାନ୍ତ ବଗର୍ତ୍ତୀ ଗତ ୩ ତାରିଖ ଦିନ ବଲାଙ୍ଗିର ଆସିଥିବା ବେଳେ ଖୁଜେନପାଲିକୁ ପୂର୍ବ ଯୋଜନା ମୁତାବକ ସିଦ୍ଧାନ୍ତଙ୍କୁ ଏହି ଅଭିଯୁକ୍ତ ମାନେ ଡ଼ାକି ପିଟି ପିଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର୍‌ ମାରିଥିଲେ । ତେବେ ଏହି ଘଟଣାର ସଠିକ୍‌ ଭାବେ ତଦନ୍ତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ ।

Leave a Reply

Your email address will not be published. Required fields are marked *