ପ୍ରତାପସାଗରପଡ଼ାରେ ଚଢାଉ : ଗଦା ଗଦା କଫ ସିରଫ ସହ ୩ ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସ ହାତରେ ପୁଣି ଗଦା ଗଦା କଫ ସିରଫ । ପୂର୍ବରୁ ବଲାଙ୍ଗିର ପୁଲିସ ସହରର ବିଭିନ୍ନ ଜାଗାରୁ କଫ ସିରଫ ସହ କଫ ସିରଫ ମାଫିଆଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଗତ ରାତିରେ ପୁଣି ସହରରେ ଚଢାଉ ଗରି ଗଦା ଗଦା କଫ ସିରଫ ଜବତ କରିଛି । ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟାଉନ ପୋଲିସର ଏକ ଟିମ୍‌ ବଲାଙ୍ଗିର ସହରର ପ୍ରତାପସାଗରପଡ଼ାରେ ଚଢାଉ କରି କିଛି ଷ୍ଟ୍ରିପ୍‌ ନିଶା ବଟିକା ସହ ୪ ପେଟି କଫ ସିରଫକୁ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ୩ ଜଣ କଫସିରଫ ମାଫିଆଙ୍କୁ ଗିରଫ କରିଛି । ଗିରଫ ୩ ଜଣ ମାଫିଆଙ୍କ ମଧ୍ୟରୁ ୨ ଜଣ ଯୁବକ ଥିବା ବେଳେ ଅନ୍ୟ ଜଣେ ମହିଳା ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ୨ ଜଣ କଫ ସିରଫ ମାଫିଆମାନେ ହେଲେ ପ୍ରତାପସାଗରପଡ଼ାର ଲକି ରାଓ ଓ ରାଜଶେ କୁମାର ସେଠ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *