ଆମ ଗାଁ ଆମ ବିକାଶ କେନ୍ଦ୍ରରେ ବେଧଡକ ଚାଲିଛି କେବୁଲ୍ ବ୍ୟାବସାୟ

ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ – ରାଜ୍ୟର ପ୍ରତିଟି ପଞ୍ଚାୟତରେ ଉନ୍ନତ ମାନର ସାମାଜିକ ଶିକ୍ଷା ପ୍ରତି ସରକାର ଯତ୍ନବାନ୍ ହୋଇ ଆମ ଗାଁ ଆମ ବିକାଶ କେନ୍ଦ୍ର ଖୋଲା ଯାଇଥିବା ବେଳେ ସେ କେନ୍ଦ୍ରକୁ ବର୍ତ୍ତମାନ କେବୁଲ୍ ନେଟୱର୍କ ବ୍ୟାବସାୟି ଚାଲିଥିବାର ଦେଖିବାକୁ ମିଳିଥିଲା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ମର୍ଜିତାପୁର ହିଙ୍ଗୁଳା ମନ୍ଦିର ନିକଟରେ ଆମ ଗାଁ ଆମ ବିକାଶ କେନ୍ଦ୍ରରେ ଦାଶ୍ ଆଣ୍ତ ଦାଶ୍ କେବୁଲ୍ ନେଟୱର୍କ ଚାଲୁଥିବାର ଦେଖିବାକୁ ମିଳୁଛି । ପ୍ରାପ୍ତ ଖବର ନେବାରୁ ଜଣାଯାଏ ଦାଶ୍ ଆଣ୍ତ୍ ଦାଶ୍ କେବୁଲ୍ ନେଟୱର୍କ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ବ ହେବ ବେଧଡକ ଭାବେ କେବୁଲ୍ ନେଟୱର୍କ ଚଲାଇଛି । ଉକ୍ତ ପଞ୍ଚାୟତର ମର୍ଜିତାପୁର,ସାଥୁଆ ପାଟଣା,ଦାଣ୍ତ ହରିପୁର ,ଚମ୍ପିତ୍ରା ପାଟଣା,ବାଲିଗରି ପାଟଣା,ଚଉଷଠିପଡା,ବେଲଗାଡିଆ ଏଥି ସହ ବୃନ୍ଦାଦେଈପୁର ପଞ୍ଚାୟତର ତରସା,ଡିହକଷ୍ଟି ଓ ମଧୁସୁଦନପୁର ପଞ୍ଚାୟତର ସୋରେଇ, ବଳଭଦ୍ରପୁର,ଦୁର୍ଗାପୁର ପ୍ରମୁଖ ଅଞ୍ଚଳରେ କେବୁଲ୍ ସେବା ଯୋଗାଇଆସୁଛି । ନିର୍ଦ୍ଧାରିତ ମୂଲ୍ୟ ଠାରୁ ଗ୍ରାହକଙ୍କ ପାଖରୁ ଅଧିକ ଦେୟ ନେବା ଶୁଣିବାକୁ ମିଳୁଛି । ଗ୍ରାହକମାନେ ଦେଖୁଥିବା ଟିଭି,ଏଲିଡି,ଏଲସିଡିରେ ଚ୍ୟାନେଲ୍ ଗୁଡିକ ସ୍ପଷ୍ଟ ଚିତ୍ର ନ ଆସିବା ଫଳରେ ଗ୍ରାହକମାନେ ଅସନ୍ତୁଷ୍ଟ ହେଉଛନ୍ତି ।ସରକାରଙ୍କ ପକ୍ଷରୁ ଆମ ଗାଁ ଆମ ବିକାଶ ଯୋଜନାରେ ଦିଆଯାଇଥିବା ଘର ସର୍ବସାଧାରଣଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ବେଳେ ଏହାକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରାଯାଉଛି । ଏଥିପାଇଁ କୌଣସି ସରକାରୀ କାର୍ଯ୍ୟାଳୟ କିମ୍ବା ଅଧିକାରୀଙ୍କ ଠାରୁ ଅନୁମତି ନିଆଯାଇଛି ନା କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ କ୍ଷମତାରେ ଏହାକୁ କବଜା କରାଯାଇଛି ତାହା ତଦନ୍ତ ସାପକ୍ଷ୍ୟ ।ଏ ବିଷୟରେ ଉଚ୍ଚ ପଦସ୍ଥ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟନୁଷ୍ଠାନ ପାଇଁ ଜନସାଧାରଣ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *