ବିବାଦକୁ ନେଇ ହତ୍ୟା କାଣ୍ଡ ସ ଶୋଇ ଥିବା ବେଳେ ଯୁଇଁକୁ ହତ୍ୟା କଲା ଶଳା

:କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାପୁଲୋଡା ପଞ୍ଚାୟତ ମାଣିକିବାଲସା ଗ୍ରାମରେ ଜମିଜମା ବିବାଦକୁ ନେଇ ହତ୍ୟା କାଣ୍ଡ ଘଟିଛି । ନିଜ ଯୁଇଁ ଶୋଇଥିବା ବେଳେ ହତ୍ୟା ନିଜ କଲା ଶଳା । ଆଜକୁ ୩ ମାସ ତଳେ ବଡ଼ ବାପା ଓ ସାନ ବାପାଙ୍କ ବାପାଙ୍କ ନାମରେ ଥିବା ଜମି ବଣ୍ଟନ କୁ ନେଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କୁ ନେ଼ଇ ଜମି ଚିହ୍ନଟ କରି ଭାଗ ବଣ୍ଟା କରାଯାଇଥିଲା । ଏହି ଜମି ବଣ୍ଟନ କୁ ନେଇ ଭାଇ ଭାଇ ମାନଙ୍କ ମଧ୍ୟରେ ଅନେକ ଦିନରୁ ଭଲ ବୁଝାମଣା ନ ଥିଲା। ଗାଁ ଭିତରେ ହେବାକୁ ଥିବା ଗଣେଶ ପୂଜା ଅବସରରେ ଧାର୍ମେୟା ହିମିରିକା ବିଶାଖାପାଟଣମ ଯାଇ ରେକୋଡେନ୍ସ ଵୁକ କରିବାକୁ ଯାଇ ବିଳମ୍ବ ରାତ୍ରରେ ଘରକୁ ଫେରି ଆସିଥିଲେ । ଏହାର ସୁଯୋଗ ନେଇ ମଧ୍ୟରାତ୍ରରେ ସମୟରେ ଶଳା କୁର୍ମା ହିମରିକା ନିଜର ଜୁଇଁ ଧର୍ମେୟା ହିମରିକା ଘୋର ନିଦ୍ରାରେ ଶୋଇ ଥିବା ବେଳେ ଟାଙ୍ଗିଆରେ ବେକରରେ ହାଣି ଦେଇଥିଲା । ଏହି ସମୟରେ ପାଖରେ ଶୋଇ ସାନ ଛୁଆ କୁ ଧରି ଶୋଇ ଥିବା ଦୂତୀୟ ସ୍ତ୍ରୀ ଆପେଲି ହିମରିକା ସ୍ୱାମୀକୁ ହାଣି ଥିବା ଦେଖି ବାହାରକୁ ବାହାରି ଆସି ପାଟି କରି ଲୋକଙ୍କୁ ଡ଼ାକି ଥିଲେ। ଗାଁ ଲୋକ ଶୁଣି ଉଠିବା ବେଳକୁ ହତ୍ୟା କରି ଥିବା ବ୍ୟକ୍ତି ଦୌଡ଼ି ଯିବାକୁ ଆରମ୍ଭ କରିଥିଲା। ଏହା ପରେ କୁରୂମା ହିମରିକା ନିଜେ ହତ୍ୟା କରିଥିବା ଟାଙ୍ଗିଆ ହାତରେ ଧରି ପୋଲିସ ଥାନା କୁ ଆସି ଆତ୍ମ ସମର୍ପଣ କରିଥିଲେ । ସୋମବାର ରାତ୍ରରେ ହତ୍ୟା ହୋଇଥିବା ବେଳେ ମଙ୍ଗଳ ବାର ମୃତ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ କାମସେଲି ହିମରିକା ବନ୍ଧୁଗାଁ ପୋଲିସ ଥାନାରେ ଆସି ଲେଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଆଧାର କରି ପୋଲିସ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ନିଜେ କେଶ ହାତକୁ ନେଇ ଅଧିକ ତଦନ୍ତ ଜାରି ରଖି ଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ମୃତ୍ୟ ବ୍ୟକ୍ତି ଜଣକ ଓ ତାଙ୍କ ଭାଇ ମାନଙ୍କ ମଧ୍ୟରେ ଅନେକ ଦିନରୁ ଜମିବାଡ଼ି ସଂପର୍କିତ ବିବାଦ ରେ ଭାଇ ଭାଇ ମଧ୍ୟରେ ବାଦବିବାଦ ଲାଗି ରହି ଥିଲା। ଏହା ସହିତ ଭାଇ ର ପୁଅର ସ୍ତ୍ରୀକୁ ଦାଦା ରଖିବା ବିବାଦ ମଧ୍ୟ ରହିଥିଲା। ବୁଧବାର ଦିନ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି। (ବନ୍ଧୁଗାଁ ବ୍ଲକ ରୁ ଉତ୍ତମ ନାୟକ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା)

Leave a Reply

Your email address will not be published. Required fields are marked *