ପ୍ରାଥମିକ ଶିକ୍ଷକ ସଙ୍ଘ ଆନ୍ଦୋଳନ କୁ ଜୟପୁର ବିଧାୟକ ସମର୍ଥନ


ସେମିଳିଗୁଡା:କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ଦାବୀ ନେଇ ଚାଲିଥିବା ଧାରଣା ଆଜି ଅଷ୍ଟମ ଦିନରେ ପହଁଚିଛି। ଶିକ୍ଷକ ମାନଙ୍କ ଆନ୍ଦୋଳନ କୁ କଂଗେସ ଦ୍ବାରା ସମର୍ଥନ ଜଣାଇଛନ୍ତି ।ପ୍ରାଥମିକ ଶିକ୍ଷକ ମାନେ ଧାରଣା ରେ ବସି ଥିବାରୁ ସେମିଲିଗୁଡା ବ୍ଲକ ର ସମସ୍ତ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢା ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଅଷ୍ଟମ ଦିନ ର ଧାରଣା ସ୍ଥଳରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,କଂଗ୍ରେସ ନେତା ଜଗଦିଶ ଖୋସଲା, ସାମ୍ବା ପାଙ୍ଗୀ ଆଉ ଅନ୍ୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ତୃଣମୂଳ ସ୍ତରରେ ଯେଉଁ ମାନେ ଅଗଣିତ ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତ ଗଢିବାରେ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରନ୍ତି ସେମାନଂକୁ ଏହି ଯଥାର୍ଥ ଦାବୀ ପ୍ରତି ସରକାର ଅଣଦେଖା କରିବା ସେମାନଙ୍କ ପ୍ରତି ଚରମ ଅନ୍ୟାୟ, ଏହାକୁ ଦୁଷ୍ଟି ରେ ରଖି ସରକାର ସକାରାତ୍ମକ ଦୃଷ୍ଟି ଭଙ୍ଗୀ ନେଇ ସେମାନଙ୍କ ସହିତ ତୁରନ୍ତ ଆଲୋଚନା କରନ୍ତୁ ବୋଲି ବିଧାୟକ ବାହିନୀପତି କହିଛନ୍ତି ।ଶିକ୍ଷକ ଦାବି ପୂରଣ କରିବା ପାଇଁ ଦାବି କରିଥିଲେ।ବିଧାୟକ ବାହିନୀପତି ସେମିଲିଗୁଡା ବ୍ଲକ ପ୍ରାଥମିକ ସଂଘ ର ସଭାପତି ବିଜୟ କୁମାର ଇଡିଙ୍ଗ ଏବଂ ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ଭତରା ଏବଂ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ଆଲୋଚନା କରିଥିଲେ। ପ୍ରକାଶ ଥାଉ କି ଦାବି ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଜଣାଯାଇଛି।ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟ ଦାବି କୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଏବଂ ଶିକ୍ଷାବିତ୍ ମାନେ ସମର୍ଥନ ଜଣାଇଥିବା ଜଣାଯାଇଛି।କୋରାପୁଟରୁଶ୳୲ମଖିଲଶସେମିଳିଗୁଡାରୁଗୋପିଜାନିରିଫୋଟRepublic ଓଡିଶା

Leave a Reply

Your email address will not be published. Required fields are marked *