ଶୈଶବ ଅବସ୍ଥାରେ ଶିକ୍ଷାର ମୂଲ୍ୟବୋଧ ସାଜିଛି ଭିକ୍ଷାବୃତ୍ତି

ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ – ଆଜକୁ ପ୍ରାୟ ଆମ ଦେଶ ସ୍ୱାଧିନତାର ୭୭ତମ ବର୍ଷ ପରେ ବି ବିଭିନ୍ନ ଅଞ୍ଚଳରେ ଶିକ୍ଷାର ପ୍ରସାର ଅବହେଳାରୁ ଦଳିତ ପଛୁଆ ବର୍ଗର ଲୋକମାନେ ଶିକ୍ଷାର ମୂଲ୍ୟବୋଧ ବୁଝିପାରି ନାହାନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ସେମାନଙ୍କ ପାଇଁ ପ୍ରଣୟନ କରିଥିବା ବେଳେ ପ୍ରକୃତ ଲୋକଙ୍କ ପାଖରେ ଶିକ୍ଷାର ପ୍ରଗତି ପହଞ୍ଚି ପାରିନାହିଁ । ଯାହା ଫଳରେ କି ରାସ୍ତା ଗାଁ ରେ ଶୈଶବ ଅବସ୍ତାରେ ଛୋଟଛୋଟ ଶିଶୁମାନେ ବ୍ୟାଗ୍ ଓ ଗିନ‍ା ଧରି ଘରକୁ ଘର ଗାଁକୁ ଗାଁ ବୁଲି ଦୈନନ୍ଦିନ ଭିକ୍ଷାବୃତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନସ୍ଥ କେଳାସାହି ଗ୍ରାମରେ । ଦୀର୍ଘ ଦିନ ଧରି ବୃନ୍ଦାଦେଈପୁର ପଞ୍ଚାୟତରେ କେଳା ସମ୍ପ୍ରଦାୟର ଲୋକମାନେ ବସତି ସ୍ଥାପନ କରିଆସୁଛନ୍ତି ସତ । କିନ୍ତୁ ଏଠାରେ ଶିକ୍ଷାର ମୂଲ୍ୟବୋଧ ଅନତି ଦୂରରେ ରହି ଆସୁଛି । ମୌଳିକ ଶିକ୍ଷା ଠାରୁ ବଞ୍ଚିତ ଅଛନ୍ତି ଅନେକ ପରିବାର । ପରିବାର ପ୍ରତିପୋଷଣ କହିଲେ ପ୍ରତିଦିନ ଭିକ୍ଷା ବୃତ୍ତି ଓ ଘୁସୁରୀ ପାଳନ କରି ଜୀବନ ଜାପନ କରିଥାନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବ୍ୟବସ୍ଥା ପଛୁଆ ବର୍ଗଙ୍କ ପାଇଁ ଥିବା ବେଳେ ପ୍ରହସନ ପାଲିଟିଛି ମୌଳିକ ସୁବିଧା ସୁଯୋଗ । ନାଁ ଅଛି ବାପା ମା’ଙ୍କ ଶିକ୍ଷା ନାଁ ଅଛି ପରିବାର ପ୍ରତିପୋଷଣ ପାଇଁ ଅର୍ଥ ଯାହା ଭିକ୍ଷା ବୃତ୍ତି ଆଦୟ କରି ଆଣନ୍ତି ତାହା ମଦ ପିଇବାରେ ଦୈନନ୍ଦିନ ଖର୍ଚ୍ଚରେ ଚାଲିଯାଏ । ଦେଶ ସ୍ୱାଧିନତାର ଏତେ ବର୍ଷ ବିତିଯାଇଥିଲେ ସୁଦ୍ଧା ସେ ସମ୍ପ୍ରଦାୟର ଲୋକମାନେ ସାଧାରଣ ଲୋକ ଚଳିବା ଭଳି ପରିବେଶ ସୃଷ୍ଟି କରିବାରେ ଅପହଞ୍ଚ ଇଲାକାରେ ରହିଯାଇଛି । ସେମାନଙ୍କର ସ୍ୱାଧିନତାର ନାଗରିକ ଅଧିକାର ଭୋଟ ସମୟରେ ହଁ ଦେଖାଯାଏ । ମୌଳିକ ଶିକ୍ଷା ଅଭାବରୁ ପରିବାର ଭରଣ ପୋଷଣ କରିବା ଠାରୁ ଆରମ୍ଭ କରି ପିଲାମାନଙ୍କର ଶିକ୍ଷା ଓ ଭବିଷ୍ୟତ ଧୂଳିସାତ୍ ହୋଇଥାଏ । “ଅଳ୍ପ ବିଦ୍ୟା ଭୟଙ୍କର” ଭଳି ଲେଖା ପଢା ନ ଜାଣିବା ନଥିବାରୁ ବେଳେ ବେଳେ ଠକାମିର ପରିଚୟ ଦିଅନ୍ତି । ଆଜିର ଶିଶୁ କାଲିର ନାଗରିକ କିନ୍ତୁ ଏଠି ଶିକ୍ଷାର ଅଭାବ ହେତୁ ଆଜିର ଦିନରେ ବହୁ ପଛରେ ରହିଯାଇଛନ୍ତି । ଏପରି ଶିଶୁମାନଙ୍କୁ ବାରମ୍ବାର ସରକାର ଦୃଷ୍ଟି ଗୋଚରକୁ ଆଣିଲେ ବି କିଛି ଦିନ ବିଦ୍ୟାଳୟ ଯିବା ଆସିବା ପରେ ପୁଣି ସେହି ଦୃଶ୍ୟ ଦେଖିବାକୁ ମିଳେ । ଏହି ପରିସ୍ଥିତିକୁ ପ୍ରଶାସନ ଖୁବ୍ ଶୀଘ୍ର ଗୁରୁତ୍ୱପୂର୍ଣ୍ଣ ଭାବେ ଦୃଷ୍ଟିକୁ ନେଇ ଶିଶୁବିକାଶ ଅଧିକାର ଆଇନ ଜରିଆରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଚାୟତର ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *