କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର: ସୋସିଆଲ ମିଡିଆରେ ମିଛ ଖବର

ଭୁବନେଶ୍ୱର: ଲୋକପ୍ରିୟ ତଥା ବରିଷ୍ଠ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ (Shantilata Barik) ଗୁରତର ଅସୁସ୍ଥ ଅଛନ୍ତି । କ୍ୟାନସର ରୋଗରେରେ ପୀଡିତ ହୋଇ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହୋଇଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବା ସୂଚନା ମିଳିଛି । ଅନ୍ୟପଟେ ଶାନ୍ତିଲତାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର (Fake News) ପ୍ରସାରିତ ହେଉଥିବା ସାମ୍ନାକୁ ଆସିଛି । ତାହା ଶାନ୍ତିଲତାଙ୍କ ପରିବାର ସଦସ୍ୟ ଓ ପ୍ରଶଂସକଙ୍କୁ କଷ୍ଟ ଦେଇଛି । ସଂଗୀତ ଜଗତର ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ମିଥ୍ୟା ତଥା ଗୁଜବ ଖବରକୁ ପ୍ରଚାର ନକରିବାକୁ ସୋସିଆଲ ମିଡିଆ ମାଧ୍ୟମରେ ଅନୁରୋଧ କରିଛନ୍ତି । ଅନେକ ବ୍ୟକ୍ତି ସେମାନଙ୍କର ପ୍ରିୟ ତଥା ସୁନାମଧନ୍ୟା ଗାୟିକା ଶାନ୍ତିଲତାଙ୍କ ପାଇଁ ଆରୋଗ୍ୟ କାମନା କରୁଥିବା ଦେଖିବାକୁ ମିଳିଛି ।

ଓଡ଼ିଆ ଭକ୍ତି ସଂଗୀତ ଦୁନିଆ ପାଇଁ ସ୍ୱର୍ଗତଃ ଶାନ୍ତିଲତାଙ୍କର ଅବଦାନ ଅନେକ । ନିଜର ସୁମଧୁର କଣ୍ଠ ମାଧ୍ୟମରେ ଓଡ଼ିଶାବାସୀଙ୍କ ପ୍ରିୟ ଗାୟିକା ହୋଇପାରିଛନ୍ତି ଶାନ୍ତିଲତା ବାରିକ । ଭାବ ଭକ୍ତିରେ ଶାନ୍ତିଲତା ଯେଉଁ ଭଜନ ଗାଆନ୍ତି ତାହା ଭଜନପ୍ରେମୀଙ୍କ ହୃଦୟକୁ ଖୁବ ଛୁଇଁଯାଏ । ଭଜନ ମାଧ୍ୟମରେ କଳା ପ୍ରଦର୍ଶନ ସହିତ ଜଗନ୍ନାଥ ସଂସ୍କୃତିକୁ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶାନ୍ତିଲତାଙ୍କର ଅନେକ ଉଦ୍ୟମ ସର୍ବଦା ପ୍ରଶଂସନୀୟ । ନିଜ ସ୍ୱର ମାଧ୍ୟମରେ ସେ ସଭିଙ୍କୁ ଆପଣାର କରିପାରନ୍ତି ।

Leave a Reply

Your email address will not be published. Required fields are marked *