ବ୍ଲକ କର୍ମଚାରୀଙ୍କୁ ଦୁଇଟା ଆବାସ |ନିତାନ୍ତ ଗରିବ ମୁଣ୍ଡ ଉପରେ କିନ୍ତୁ ଛାଉଣୀ ନାହିଁ

ଝରୀଗାଁ ,ସରକାର ଗରିବ ଶ୍ରେଣୀର ଜନସାଧାରଣଙ୍କୁ ଘର ଖଣ୍ଡେ ଖଣ୍ଡେ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି |ହେଲେ ସରକାରଙ୍କ ସବୁ ଯୋଜନା ଭଳି ଏହି ଯୋଜନା ମଧ୍ୟ ଝରୀଗାଁ ବ୍ଲକରେ ବାଟବଣା ହେଉଥିବା ଦେଖିବାକୁ ମିଳିଛି |ପ୍ରକୃତ ହିତାଧିକାରୀ ମାନେ ଏହି ଯୋଜନାରୁ ବଞ୍ଚିତ ରହି ବର୍ଷ ବର୍ଷ ଧରି ଝାଟିମାଟି କୁଡ଼ିଆ ଓ ଜରି ଛାଉଣୀରେ ଜୀବନ ଅତିବାହିତ କରୁଥିବା ବେଳେ, ସରକାରୀ କର୍ମଚାରୀ, ଧନୀ ଓ ମଧ୍ୟମ ଶ୍ରେଣୀର ଲୋକେ ଘର ସବୁ ପାଉଛନ୍ତି |ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଖୋଦ ଝରୀଗାଁ ବିପିସି ସନ୍ତୋଷ ସଥପଥି |ସେ ବ୍ଲକରେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ସ୍ୱତେ ତାଙ୍କ ପିତା ସୁରେନ୍ଦ୍ରନାଥ ସତପଥୀ ଓ ସ୍ତ୍ରୀ ସରିତା ସଥପଥି ଙ୍କ ନାରେ ମିଳିଛି ଦୁଇଟି ଘର |ସରିତା ଦାସ ଙ୍କ ରେଜିଷ୍ଟ୍ରେସନ ନମ୍ବର (OR154069519) ରହିଥିବା ବେଳେ ସୁରେନ୍ଦ୍ରନାଥ ଙ୍କ ରେଜିଷ୍ଟ୍ରେସନ ନମ୍ବର (OR154415701)ରହିଛି |ବିପିସି ସନ୍ତୋଷ ଦୁଇଟା ଯାକ ଘର ପଇସା 2ଲକ୍ଷ 60ହଜାର ଟଙ୍କା ଉଠେଇ ହଜମ କରି ସାରିଲେଣି ହେଲେ କେଉଁଠି ହେଲେ ଗୋଟିଏ ଘର ତୋଳିଥିବା ଦେଖାଯାଉନି | ଏ ସମ୍ପର୍କରେ ବାନୁଆଗୁଡା ପିଇଓ ଅରୁଣଦୟ ପଟ୍ଟନାୟକଙ୍କୁ ପଚାରିବାରୁ ସେ, ଏ ସମନ୍ଧେ ବିଡ଼ିଓଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା କହିଛନ୍ତି |ଏ ସମନ୍ଧେ ପଚାରି ବୁଝିବାପାଇଁ ବାଣୁଆଗୁଡା ପଂଚାୟତ ସରପଞ୍ଚ ଲକ୍ଷ୍ମୀ ପୂଜାରୀଙ୍କୁ ଫୋନରେ ଯୋଗାଯୋଗ କରିଥିଲୁ ହେଲେ ତାଙ୍କ ସହିତ କୌଣସି ପ୍ରକାରେ ଯୋଗାଯୋଗ ହୋଇପାରିନଥିଲା |ଝରୀଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେରଙ୍କ ସହ ମଧ୍ୟ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ହେଲେ ତାଙ୍କର ମୋବାଇଲ ମଧ୍ୟ ସ୍ବିଚଅଫ ଥିବାରୁ ଯୋଗାଯୋଗ ହୋଇପାରିନଥିଲା |ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ରହିଥିବା ବେଳେ, କିପରି କର୍ମଚାରୀମାନେ ଏକାଧିକ ଘର ନିଜ ନିଜ ନାମରେ ରେଜିଷ୍ଟ୍ରେସନ କରି ଟଙ୍କା ସବୁ ହଡପ କରୁଛନ୍ତି? ଯାହାକି ପ୍ରଶାସନ ର କାର୍ଯ୍ୟକ୍ରମ କଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି |ଏ ଘଟଣାର ତଦନ୍ତ କରି ପ୍ରଶାସନ ଶୀଘ୍

Leave a Reply

Your email address will not be published. Required fields are marked *