ବ୍ୟାଙ୍କ ଋଣ ଠକେଇ ମାମଲାରେ EOWର ପ୍ରେସ ରିଲିଜ ଜାରି, ତଦନ୍ତରେ ସହଯୋଗ କରୁନାହାନ୍ତି ସମ୍ବାଦର କର୍ମଚାରୀ

ଭୁବନେଶ୍ବର : ସମ୍ବାଦ ଓ ଇଷ୍ଟର୍ଣ୍ଣ ମିଡିଆରେ ଲିମିଟେଡରେ ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଓଡବ୍ ଲ୍ୟୁର ପ୍ରେସ ରିଲିଜ ଜାରି। ଗତକାଲି ସମ୍ବାଦ କାର୍ଯ୍ୟାଳୟରେ ସର୍ଚ୍ଚ କରିଥିଲା EOW। ତେବେ ସମ୍ବାଦର ଅଧିକାରୀ କିମ୍ବା କର୍ମଚାରୀ ତଦନ୍ତରେ ସହଯୋଗ କରିନଥିଲେ। ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ ଓ ଡକୁମେଣ୍ଟ ମିଳିନଥିଲା। ସମ୍ବାଦର ଅଧିକାରୀମାନେ ମଧ୍ୟ କିଛି ସନ୍ଦେହଜନକ ଫାଇଲକୁ EOWକୁ ହସ୍ତାନ୍ତର କରିନଥିଲେ। EOW ଆକାଉଣ୍ଟସ ଓ ଏଚଆର ବିଭାଗର କିଛି ଜରୁରୀ  କମ୍ପ୍ୟୁଟର ଫାଇଲ ଚାହିଁଥିଲେ ମଧ୍ୟ ଏହାକୁ ସେମାନେ ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ। ଏଭଳି ସ୍ଥିତିରେ EOW ଟିମ୍ ବଳପୂର୍ବକ କିଛି ହାର୍ଡ ଡିସ୍କକୁ ଜବତ କରିଛି। ସେପଟେ ଅଧିକ ସଂଖ୍ୟାରେ ଅଭିଯୋଗକାରୀ ଓ ସମ୍ବାଦ ଏବଂ ଇଏଲଏଲର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗକୁ ଗ୍ରହଣ କରିଛି EOW।

ମୂଳ ଅଭିଯୋଗକାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗ ସହ ଏହା ମେଳ ଖାଉଥିବା ଦେଖାଯାଇଛି। ବ୍ୟାଙ୍କ ଋଣ ଠକେଇ ମାମଲାରେ ଭୁବନେଶ୍ବର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଦରମାକୁ ପରିବର୍ତ୍ତନ କରି କମ୍ପାନୀ ପକ୍ଷରୁ ଚଞ୍ଚକତା କରାଯାଇଥିବା ଜଣାପଡ଼ିଛି। ସେମାନଙ୍କ ଇପିଏଫ ଓ ଇଏସଆଇ ଟଙ୍କା ମଧ୍ୟ ଜମା କରାଯାଇନଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ସଂସ୍ଥା ଠାରୁ EOW ଏନେଇ ତଥ୍ୟ ସଂଗ୍ରହ କରୁଛି। ଗତ କିଛି ବର୍ଷ ଧରି ସମ୍ବାଦ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ବ୍ୟାଙ୍କ ଜମା ଖାତାରେ ବହୁ ଟଙ୍କା ଡିପୋଜିଟ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *