ଜିଲ୍ଲାସ୍ତରୀୟ ଦୁଇଦିନିଆ ଫୁଟ ବଲ୍ ମ୍ୟାଚ ଉଦଯାପିତ

ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ – ଧର୍ମଶାଳା ବ୍ଳକ ଅନ୍ତର୍ଗତ ଜେନାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ବାଳିକା ବାଳକ ଫୁଟବଲ ମ୍ୟାଚ ଉଦଯାପିତ ହୋଇଯାଇଛି। ଏହି ଖେଳରେ ଜିଲ୍ଲାର ୧୦ଟି ବ୍ଳକ ର ବିଭିନ୍ନ ବିଦ୍ୟାଳୟର ୧୮୦ ବାଳିକା ବାଳକ ଅଂଶଗ୍ରହଣ କରିଥିଲେ। ଏହି ମ୍ୟାଚ ପ୍ରଥମ ଦିନ ଦାନଗଦି ଓ ଯାଜପୁର ବ୍ଳକର ୨ଟି ବାଳିକା ଟିମ ମଧ୍ୟରେ ହୋଇଥିଲା।ଏଥିରେ ଦାନଗଦି ବ୍ଳକ ୧-୦ ଗୋଲ ରେ ବିଜୟ ହୋଇଥିଲେ। ସେହିପରି ଦିତୀୟ ଦିନରେ ଦାନଗଦି ଓ ବିଞ୍ଝାରପୁର ବ୍ଳକ ର ଦୁଇଟି ବାଳକ ଟିମ ମଧ୍ୟରେ ହୋଇଥିଲା। ଏଥିରେ ଦାନଗଦି ବ୍ଳକ ୩-୦ ରେ ବିଜୟ ଲାଭ କରିଥିଲେ। କାର୍ଯ୍ୟକ୍ରମ କୁ ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରୋଜ କୁମାର ମହାନ୍ତି ଙ୍କ ସଭାଅତିତ୍ୱରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସମ୍ପାଦକ ତଥା ବରିଷ୍ଠ ସମାଜ ସେବୀ ଅଜୟ କୁମାର ଦାସ , ସମ୍ମାନୀତ ଅତିଥି ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶମ୍ଭୁନାଥ ଦାସ କମିଟିର ସଭାପତି ଅଶୋକ କୁମାର ସାହୁ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ବା ସହିତ ଏହି ଦୁଇଦିନିଆ ଜିଲ୍ଲାସ୍ତରରେ ଚମ୍ପିୟାନ ହୋଇଥିବା ବାଳିକା ବାଳକ ରାଜ୍ୟସ୍ତରୀୟ ଫୁଟବଲ ମ୍ୟାଚ ଖେଳିବେ ବୋଲି ମତବ୍ୟକ୍ତ କରିବା ସହ ଉଭୟ ଚମ୍ପିୟାନ ଦଳକୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ। କ୍ରୀଡା ଶିକ୍ଷକ ନନ୍ଦକିଶୋର ନାୟକ , ରାଜେନ୍ଦ୍ର କୁମାର ଦାସ ,କୈଳାସ ଚନ୍ଦ୍ର ମହାପାତ୍ର, ସମେତ ଜିଲାର ବିଭିନ୍ନ ସ୍ଥାନରୁ ୩୦ଜଣ କ୍ରୀଡା ଶିକ୍ଷକ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ପୂର୍ଣ ସହଯୋଗ କରିଥିଲେ। ଶିକ୍ଷକ ନିରଂଜ ଶତପଥୀ, ବିକାଶ ସାହୁ ସଭା ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ତ୍ରିଲୋଚନ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *