ସମସ୍ୟା ବହୁଳ ଭିତରେ ବୁଡି ରହିଛି ଜଗନ୍ନାଥ ବଜାର

ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ -ଧର୍ମଶାଳା -ପୂର୍ଣ୍ଣଦୟା ବ୍ରାହ୍ମଣୀ ନଦୀ ପାଦ ଦେଶରେ ଗଢିଉଠିଥିବା ଦୀର୍ଘ ୧୯୬୦ ମସିହାରୁ ଆରମ୍ଭ ହୋଇଥିବା ବଜାରଟି ୭ଟି ଦୋକାନ ନେଇ ବ୍ୟାବସାୟିମାନେ ଆରମ୍ଭ କରିଥିଲେ । ସେଥିମଧ୍ୟରୁ ଲୋକନାଥ ବସ୍ତ୍ରଳାୟ,ଲୋକନାଥ କାଏସ୍ତଙ୍କ,ସାହୁ ଭେରାଇଟ୍ ଷ୍ଟୋର୍,ବୃନ୍ଦାବନ ସାହୁଙ୍କ,ଗଙ୍ଗା ସାହୁ ଜଳିଖିଆ ଦେକାନ,ଗଙ୍ଗା ସାହୁଙ୍କ,ସାଇକେଲ୍ ଦୋକାନ,ଉଦ୍ଧବ ପାତ୍ରଙ୍କ,ଭୁଷା ଦୋକାନ,ବାସୁଦେବ ପାତ୍ରଙ୍କ ଭଳି ପ୍ରଭୃତି ବଜାରେ ଦୋକାନ ଗୁଡିକ ବ୍ୟାବସାୟି ଆରମ୍ଭ କରିଥିଲେ । ଏହି ବଜାରକୁ ଜଗନ୍ନାଥ ବଜାର ନାମରେ ନାମିତ କରାଯାଇଥିଲା । ଏହି ସ୍ଥାନଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବାଟବନ୍ଧ ପଞ୍ଚାୟତ ଅଧିନସ୍ଥ ନାକପୋଲ୍ ରୁ ଢେଙ୍କାନାଳ ବାଟଦେଇ ଗଲେ ମଝିରେ ପଡେ କବାଟବନ୍ଧ ଗାଁ ଏବଂ ଚଣ୍ତିଖୋଲ୍ ୫୩ ନମ୍ବର ଜାତୀୟ ରାଜ ପଥ ଡୁବୁରୀ ଅଭିମୁଖ୍ୟେ ଗଲେ ମଝିରେ ପଡେ ବ୍ରାହ୍ମଣୀ ସେତୁ ନିକଟସ୍ଥ ପୂର୍ବ କୁ ଗଲେ ଏହି ଗାଁଟି ଅବସ୍ଥିତ । କହିବାକୁ ଗଲେ କବାଟବନ୍ଧ ଗାଁଟି ମଧ୍ୟମ ସ୍ଥାନରେ ଥିବାରୁ ବ୍ୟାବସାୟିକମାନଙ୍କ ପେଣ୍ଠସ୍ଥଳୀ ବୁଝାଏ । ବର୍ତ୍ତମାନ ଦେଖିବାକୁ ଗଲେ ଜନସଂଖ୍ୟା ଦୃଷ୍ଟିରୁ ୧୬ଟି ପଞ୍ଚାୟତର ତଥା,ଗଙ୍ଗାଧରପୁର,ଗଡମଧୁପୁର,କୁସ୍ତିରା,କମାଗଡ,ଅଣ୍ଟିଆ,ଜେନାପୁର,ବୃନ୍ଦାଦେଈପୁର,ମର୍ଯିତାପୁର,ମଧୁସୂଦନପୁର,ମୁକୁନ୍ଦପୁର,ସାଆଣିଢିଅ,ଚଢେଇଧରା,କବାଟବନ୍ଧ,ରାଇଛନ୍ଦା,ତାଳଜଙ୍ଗ,ରେଖିଦେଈପୁର,ଚକ୍ରଧରପୁର ଓ କଲାଣ୍ତ ଗ୍ରାମର ଜନସାଧାରଣ ଏହି ବଜାରକୁ ଗ୍ରାହକମାନେ ବ୍ୟାବସାୟି ଓ କିଣା ବିକା ଉପରେ ନିର୍ଭର କରିଥାନ୍ତି । ସୂଦୁରରେ ଥିବା ପଡୋଷୀ ଢେଙ୍କାନାଳ ଜିଲ୍ଲାରୁ ପିଙ୍ଗୁଆ,ଖଣ୍ତବନ୍ଧ ଭଳି ବିଭିନ୍ନ ଗାଁ ମଧ୍ୟ ଏହି ବଜାରକୁ ବ୍ୟାବସାୟି ଓ କିଣା ବିକା ପାଇଁ ଆସିଥାନ୍ତି । କହିବାକୁ ଗଲେ କବାଟବନ୍ଧ ଗ୍ରାମର ପ୍ରତ୍ୟେକ ଲୋକ ମୁଖ୍ୟତଃ ବାଣିଜ୍ୟ ଉପରେ ନିର୍ଭର କରଥାନ୍ତି । ସେହିପରି ବିଭିନ୍ନ ରାଜ୍ୟ ଯଥା କଲିକତା,ଦିଲ୍ଲୀ,ଗୁଜୁରାଟ,ଆନ୍ଦ୍ରା ଭଳି ପ୍ରଭୃତି ରାଜ୍ୟମାନଙ୍କରେ ରହି ବାଣିଜ୍ୟର ପସରା ମେଲେଇଛନ୍ତି । ଜନସଂଖ୍ୟା ବଢିବା ସଂଗେ ସଂଗେ ଲୋକମାନଙ୍କର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଏହି ବଜାରଟି ଆୟୋତନ ଦୃଷ୍ଟିରୁ ଛୋଟ ହୋଇଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଦୋକାନ ଗୁଡିକ ବ୍ୟାବସାୟି କରିଥାନ୍ତି । ଏବେ ସୁଦ୍ଧା ଜଗନ୍ନାଥ ବଜାରଟି ବୃଦ୍ଧି ପାଇ ୧୫୦ ଦୋକାନରେ ପହଞ୍ଚିଲାଣି । ଯାହା ଫଳରେ ରାସ୍ତା ସଙ୍କୁଚିତ ହେବା ସହ ଗମନାଗମନରେ ଅନେକ ସମୟରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥାଏ । ଅଧିକାଂଶ ସମୟରେ ଗ୍ରାହକମାନେ ରାସ୍ତାରେ ଗାଡି ରଖିବା ସହ ଭାରିଯାନ ଯିବା ଫଳରେ ରାସ୍ତା ଜାମ ଓ ଜରୁରୀ କାଳିନ ସେବାରେ ଥିବା ଯାନବାହନ ଦୀର୍ଘ ସମୟ ଅଟକିବା ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ସମୁଖୀନ ହେବାର ଦେଖିବାକୁ ମିଳିଥାଏ । ସରକାରଙ୍କ ଅନେକ ଯୋଜନା ଥିବା ବେଳେ ଏ ଅଞ୍ଚଳ ଉନ୍ନତି ସକାଶେ ବଜାରଟି ବିଭିନ୍ନ ସମସ୍ୟା ବହୁଳ ଭିତରେ ବୁଡି ରହିଛି ଯାହା ଦ୍ୱାରା କି ଅଣଦେଖା ଅବହେଳିତ ଅବସ୍ଥାରେ ପଡିରହିଛି । ସନ୍ଧ୍ୟାରେ ବ୍ୟାବସାୟିମାନଙ୍କ ପାଇଁ ଆଲୋକି କରଣ ସୁବିଧାରୁ ବଞ୍ଚିତ ଏହି ବଜାର । ସୁଦୂର ଅଞ୍ଚଳରୁ ଆସୁଥିବା ଗ୍ରାହକ ଓ ବ୍ୟାବସାୟିମାନଙ୍କ ପାଇଁ ଏକ ବିଶ୍ରାମ ଘର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ହୋଇପାରିନାହିଁ । ଏଠାରେ ପାନୀୟ ଜଳ କଥା ନକହିବା ଭଲ ସାଧାରଣ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଥିବା ବେଳେ ଶୌଚାଳୟଟିଏ ନଥିବାରୁ ନଦୀ ପାର୍ଶ୍ୱରେ ଶୌଚ କରିଥାନ୍ତି । ବଜାରର ଅନେକ ବର୍ଜ୍ୟବସ୍ତୁ କୁ ପକାଇବାର ସ୍ଥାନ ନଥିବାରୁ ବ୍ୟାବସାୟିକମାନେ ବନ୍ଧ କଡରେ ଗଦା ଗଦା ଅଳିହା ଆବର୍ଜନା ପଡିଥିବାର ଦେଖିବାକୁ ମିଳିଥିଲା। ଯାହା ଫଳରେ କି ଅଳିହା ଆବର୍ଜନା ହେବା ଯୋଗୁଁ ପରିବେଶ ଦୂଷିତ ହେବାର ନଜିର୍ ରହିଛି । ଏହି ଅଞ୍ଚଳ ବାଣିଜ୍ଯ କ୍ଷେତ୍ରରେ ପ୍ରସିଦ୍ଧ ଲାଭ କରିଥିବା ବେଳେ ୨ଟି ବ୍ୟାଙ୍କ୍ ଯଥା ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ,ଷ୍ଟେଟ୍ ବ୍ୟାଙ୍କ୍ ଅପ୍ ଇଣ୍ତିଆ ଓ ଗୋଟିଏ ଏଟିଏମ୍ ଏସ୍ ବି ଆଇ ବ୍ୟାଙ୍କ୍ ର ଥିବା ବେଳେ ଅଧିକାଂଶ ସମୟରେ ବ୍ୟାଙ୍କ୍ ଭିଡ ରହିବା ସହ ଏଟିଏମ୍ ଖରାପ ରହୁଛି । ଯାହା ଫଳରେ ଆର୍ଥିକା କାରବାର କ୍ଷେତ୍ରରେ ବହୁତ ସମସ୍ୟା ଦେଖାଯାଉଛି । ଓଡିଶା ଗ୍ରାମ ବ୍ୟାଙ୍କ୍ ର ଏକ ଏଟିଏମ୍ ସ୍ଥାପନ କଲେ ଜନସାଧାରଣ ଆର୍ଥିକ କାରବାର କ୍ଷେତ୍ରରେ ରାହା ମିଳନ୍ତା । ସରକାରଙ୍କର ବିଭିନ୍ନ ଯୋଜନା ସୁଫଳ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ବ୍ୟାବସାୟିମାନଙ୍କ ପ୍ରତି ଋଣ ଯୋଗାଇ ଦେଲେ ବ୍ୟାବସାୟି କ୍ଷେତ୍ରରେ ଉନ୍ନତିର ଅଗ୍ରସର ହୋଇପାରନ୍ତା । ପ୍ରତି ପଞ୍ଚାୟତକୁ ସରକାରଙ୍କ ମୋ ବସ୍ ଚାଲୁଥିବା ବେଳେ ଯାଜପୁର ଜିଲ୍ଲା ସୀମାନ୍ତ କଲାଣ୍ତ ଠାରୁ ଯାଜପୁର ସହରଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣଙ୍କ ବ୍ୟାବସାୟିକ,କୋର୍ଟ କଚେରି ,ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯିବା ଆସିବା ନିମନ୍ତେ ଏକ ବସ୍ ଚଳାଚଳ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *