ଅଭିଯୁକ୍ତ ସୁଦାନ କହଁର ୫ବର୍ଷ ସଶ୍ରମ କାରାଦଣ୍ଡ ୫ ହଜାର ଜରିମାନା


ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ ବିଚାରପତି ସତ୍ୟ ପିର ମିଶ୍ର ଏକ ହତ୍ୟା ମାମଲା ର ବିଚାରଣା କରି ଘଟଣାର ୧୮ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମାଲାର ଅଭିଯୁକ୍ତ ସୁଦାନ କହଁରକୁ ଆଇ ପି ସି ୩୦୪(କ) ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି l ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ୩ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି l ସରକାରଙ୍କ ପକ୍ଷରୁ ମାମଲାକୁ ଜିଲ୍ଲା କୋର୍ଟର ପିପି ରଶ୍ମୀତା ମହାପାତ୍ର ପରିଚାଳନା କରିଥିଲେ l ପ୍ରାପ୍ତ ସୂଚନା ମୁତାବକ ଅଭିଯୁକ୍ତ ସୁଦାନ କହଁର ଫିରିଙ୍ଗିଆ ବ୍ଳକର ଗୋଚ୍ଛାପଡା ଥାନା ଅନ୍ତର୍ଗତ ସୁବେରିପଙ୍ଗା ଗ୍ରାମର ମୃତକ ବାବୁଲା ବେହେରା ମଧ୍ଯ ସେହି ଗ୍ରାମର ଥିଲେ l ଅଭିଯୁକ୍ତ ସୁଦାନ ମଦ ପିଈବା ପାଇଁ ମୃତକ ବାବୁଲା ବେହେରା ଙ୍କୁ
ଟଙ୍କା ମାଗିଥିଲେ ସେ ଟଙ୍କା ଦେବାପାଇଁ ମନା କରିଥିଲେ l ଅଭିଯୁକ୍ତ ତାର ଟାଙ୍ଗିଆ ବେଣ୍ଟରେ ବାବୁଲା ର ମୁଣ୍ଡକୁ ହାଣି ଦେଇଥିଲେ l ଫଳରେ ଘଟଣା ସ୍ଥଳରେ ବାବୁଲାର ମୃତ୍ୟୁ ଘଟିଥିଲା l ମୃତକଙ୍କ ପରିବାର ପକ୍ଷରୁ ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ l ଏତଲା ପ୍ରକାରେ ଥାନା କେଶ ନମ୍ବର ୮୨/୨୦ ରେ ଆଇ ପି ସି ୩୦୨ରେ ମାମଲା ରଜୁ କରି ଅଭିଯୁକ୍ତ ସୁଦାନ କହଁରକୁ କୋର୍ଟରେ ହାଜର କରାଇଥିଲା l ସେହି ମାମଲା ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି l

Leave a Reply

Your email address will not be published. Required fields are marked *