ସାଇବର ଅପରାଧ ସାମ୍ବାଦିକ ସମ୍ମିଳନୀ

ଦିନ କୁ ଦିନ ଜିଲ୍ଲା ରେ ତଥା ରାଜ୍ୟ ରେ ସାଇବର ଠକେଇ ବଢିବାରେ ଲାଗିଥିବାରୁ , ଓ ସେଥିରୁ ସାଧାରଣ ଜନତା କିପରି ସାଇବର ଠକେଇ ର ଶିକାର ନହେବେ ସେଥିପାଇଁ କନ୍ଧମାଳ ପୁଲିସ ପ୍ରଶାସନ ସାଧାରଣ ଲୋକଙ୍କୁ କିପରି ସଚେତନା କରାଇବେ , ଆସନ୍ତା ୩୦/୦୯ /୨୦୨୩ ତାରିଖ ରୁ ଏକ ସଚେତନତା ରଥ ବାହାରି ଜିଲ୍ଲା ର ସମସ୍ତ ବ୍ଲକ ଓ ପଞ୍ଚାୟତ ବୁଲି ବୁଲି ସାଇବର ଠକେଇ ଓ ସୋସିଆଲ ମିଡିଆ ରେ ମାଇନର ଗାର୍ଲ ସେକସୁଆଲ ହାରସମେଣ୍ଟ କୁ ରୋକାଯାଇ ପାରିବ ଲୋକଙ୍କୁ ସଚେତନ କରାଯିବ। ଏହି ରଥ ଜିଲ୍ଲା ସାରା ବୁଲି ସଚେତନା କରିବ । ଏହା ଛଡା ସ୍କୁଲ , କଲେଜ ର ଛାତ୍ର ଛାତ୍ରୀ ଙ୍କୁ , ବରିଷ୍ଠ ନାଗରିକ , ମହିଳା , ଅଙ୍ଗନବାଡି କର୍ମୀ , ଏସ ଏ ଜି ଗ୍ରୁପ ଙ୍କୁ ସାଇବର ଅପରାଧ ବିଷୟରେ ସଚେତନ କରାଯିବ । ତା ଛଡ଼ା ପାୱାର ପଏଣ୍ଟ ମାଧ୍ୟମ ରେ ଆରକ୍ଷ ଅଧିକ୍ଷକ ଶ୍ରୀ ପାତ୍ର ଛାତ୍ର ଛାତ୍ରୀ ମାନଙ୍କ ଇଣ୍ଟରନେଟ, ସୁରକ୍ଷା ଅଭ୍ୟାସ , ଇଣ୍ଟରନେଟ ବ୍ୟବହାର ର ନୈତିକ ନିୟମ , ସୋସିଆଲ ମିଡ଼ିଆ ବ୍ୟବହାର କ୍ଷେତ୍ର ରେ ସତର୍କତା, ଗମିଂ ଆପ୍ଲିକେସନ, ଆର୍ଥିକ କାରବାର ଜନିତ ସୁରକ୍ଷା ପ୍ରତିଶୋଧ ମୂଳକ ପର୍ଣ୍ଣଗ୍ରାଫି ସମ୍ପର୍କରେ ସୂଚନା ଦେଇଥିଲେ । ସେହି ପରି ନିଯୁକ୍ତି ଠକେଇ, ଲୋନ ଆପ ଠକେଇ, ମାଟ୍ରି ମୋନିଆଲ ଠକେଇ ,ଇତ୍ୟାଦି ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଲଳିତ କୁମାର ପଟ୍ଟନାୟକ, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀ, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ କେ କେ ପଣ୍ଡା, ଶାଇବର ପୋଲିସ ,ଷ୍ଟେସନ ଆଇ ଆଇ ସି ଶ୍ରୀ ତରୁଣ ତପନ ବେହେରା, ରିଜର୍ଭ ପୋଲିସ ଇନ୍ସପେକ୍ଟର ଶ୍ରୀ ବିର ସିଂ ଶବର, ଫୁଲବାଣୀ ଟାଉନ ଥାନା ଆଇ ଆଇ ସି କନକ ମାଝୀ ଙ୍କ ସମେତ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ପ୍ରଶାନ୍ତ କୁମାର ପଣ୍ଡା

Leave a Reply

Your email address will not be published. Required fields are marked *