ସମସ୍ୟା ଘେରରେ କଲଣ ଡାକଘର

ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ – ରସୁଲପୁର ବ୍ଲକ୍ ଅନ୍ତର୍ଗତ କଲଣ ପଞ୍ଚାୟତ ଅଧିନସ୍ଥ କଲଣ ଡାକଘରଟି ଦୀର୍ଘ ଦିନ ଧରି ସମସ୍ୟା ବହୁଳ ଭିତରେ ବୁଡି ରହିଛି । ଏହି ଡାକଘରେ ଜଣେ କର୍ମଚାରୀ ଓ ଜଣେ ପିଅନରେ ଚାଲିଛି ଅଫିସ୍ କାର୍ଯ୍ୟାଳୟ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜନହିତକର କାର୍ଯ୍ୟରେ ଉତ୍ତମ ଡାକ ସେବା ଯୋଗାଇ ଆସୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଯାହା ବାସ୍ତବରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ସୂଚନା ମୂତାବକ ଏହି କାର୍ଯ୍ୟାଳୟରେ ବିଭିନ୍ନ ସେବା ଯାଥା,ରେଜିଷ୍ଟର ପୋଷ୍ଟ,ସ୍ପିଡ୍ ପୋଷ୍ଟ,ଚିଠିପତ୍ର ଓ ଟଙ୍କା ସମ୍ବନ୍ଧୀୟ ଅର୍ଥକାରବାର ରୁ ବଞ୍ଚିତ ଅଞ୍ଚଳବାସୀ । କେଉଁ ସମୟରେ ଡାକଘର କାର୍ଯ୍ୟାଳୟଟି ଖୋଲା ଯାଉଛି ତା’ର ଠିକ୍ ଠିକଣା ସମୟ ଜ୍ଞାନ ନାହିଁ । ଯେକୌଣସି ଡାକ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଗଲେ ଏଠାରେ ହୁଏ ନାହିଁ ବୋଲି ଦାୟୁତ୍ୱରେ ରହିଥିବା କର୍ମଚାରୀ କହିଥା’ନ୍ତି । ଯାହା ଦ୍ୱାରା କି ଏପରି ଅବସ୍ତାରୁ ଲୋକମାନେ ସେବା ପାଇବାତ ଦୂରକଥା ସଭିଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଡାକଘର ସାମ୍ନା ପାର୍ଶ୍ୱଟି ଏପରି ଅବ୍ୟବସ୍ଥା ଘେରରେ ଅନାବନା ଘାସରେ ପୁରି ରହିଛି ସତେ ଯେପରି ଅଫିସ୍ ନୁହେଁ ବର୍ଜ୍ୟବସ୍ତୁ ଘର ବୋଲି ଲୋକେ କହୁଛନ୍ତି । ଖୁବ୍ ଶୀଘ୍ର ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଡାକଘରର ବିଭିନ୍ନ ଜନହିତକର କାର୍ଯ୍ୟ ସଠିକ୍ ଢଙ୍ଗରେ ଯୋଗାଇ ଦେବା ସହ ଠିକ୍ ସମୟରେ ଅଫିସ୍ ଚଳାଚଳ ପାଇଁ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହାକୁ ସରକାର ଗମ୍ଭୀରତା ସହିତ ବିଚାର ବିମର୍ଶ କରି ଉତ୍ତମ ସେବା ପ୍ରଦାନ ଦିଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ଅଞ୍ଚଳବାସୀ ବିଶେଷ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *