ରୟାଲ୍ ସର୍ଭିସିସେ୍ ତରଫରୁ ବନ୍ଧୁମିଳନ

ଧର୍ମଶାଳା,(ନି.ପ୍ର) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜାରକାସ୍ଥିତ ଗୋକର୍ଣ୍ଣେଶ୍ୱର ଶୈବପୀଠ ପରିସରରେ ରୟାଲ୍ ସର୍ଭିସେସ୍ ତରଫରୁ ଆଜି ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଏଜେଣ୍ଟ୍ ମାନେ ପାରସ୍ପରିକ ଭିତରେ ଭାବ ବିନିମୟ ଓ ଆଦାନ ପ୍ରଦାନ କରି ଦୁଃଖ ସୁଖ ବାଣ୍ଟିଥିଲେ । ରୟାଲ୍ ସର୍ଭିସେସ୍ ରେ କାମକୁ ନିଜ ଅଞ୍ଚଳରେ ବ୍ୟାବସାୟି,ଘରୋଇ,ଅନୁଷ୍ଠାନ ମାଧ୍ୟମରେ ଋଣ ସୁବିଧାକୁ ସହଜରେ କିପରି ପହଞ୍ଚାଇ ଭଲ ପାରିଶ୍ରମିକ ପାଇପାରିବ ସେ ବିଷୟରେ କମ୍ପାନୀର ମହୋଦୟ ଶ୍ରୀଯୁକ୍ତ କପିଳେଶ୍ୱର ରଣା ଓ ଶ୍ରୀଯୁକ୍ତ ମଦନ ମଲିକ୍ ଉପସ୍ଥିତ ରହି ବିସ୍ତୃତ ଭାବେ ବୁଝାଇଥିଲେ । ତା’ପରେ କମ୍ପାନୀ ତରଫରୁ ଆୟୋଜିତ ହୋଇଥିବା ଭୋଜିକୁ ଖାଇ ଘରକୁ ଆନନ୍ଦ ସହ ଫେରିଥିଲେ । ଏଥିରେ ଯୋଗଦେଇଥିବା ଏଜେଣ୍ଟ୍ ମାନେ ହେଲେ ବିଚିତ୍ର କୁମାର ଭଦ୍ର,ମିନି ନାୟକ,ବୈଜୟନ୍ତି ଜେନା,ଭରତ ଚନ୍ଦ୍ର ଦାସ,ଶୁଭକାନ୍ତ ସାହୁ,ବନମାଳି ଦାସ,ଭ୍ରମରବର ଭୂୟାଁ,ତ୍ରିଲୋଚନ ପାତ୍ର,ମନୋଜ କୁମାର ସାମଲ,ଶରତ କୁମାର ନାଥ,ସୁମିତ୍ରା ବିଶ୍ୱାଳ,ସନ୍ତୋଷ କୁମାର ବଳ,ସୁରେନ୍ଦ୍ର କୁମାର ମହାପାତ୍ର,ନିଷ୍କାନ୍ତ ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *