ସରକାର ଙ୍କ ଚିଠି ଏଠି ପାଣିର ଗାର

କାର୍ଯ୍ୟାଦେଶ ଦେଇ ଠକିଦେଲେ ସରକାର
ମନ୍ତ୍ରୀ ଓ ବିଧାୟକ ନିର୍ଦେଶକୁ ଫୁ କରିଦେଲା ଧର୍ମଶାଳା ବ୍ଲକ ପ୍ରଶାସନ

ସୂଚନା ଆଇନ ରେ ତଥ୍ୟ ଦେଲେ ନାହିଁ ଧର୍ମଶାଳା ବ୍ଲକ ପ୍ରଶାସନ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପୁରୁଣା ବଉଳମାଳ ପଞ୍ଚାୟତ ଶୁକୁଟୀଝର ଇଚ୍ଛାପୁର ଗ୍ରାମର ବେଣୁଧର ପଣ୍ଡା ଙ୍କ କ୍ଷେତ୍ର ରେ, ୨୦୦୭ ମସିହାରୁ ଅଧ୍ୟାବଧି ଆବାସ ଖଣ୍ଡେ ମିଳିଲା ନାହିଁ। ବାର ଦୁଆର ବୁଲି ବୁଲି ନିରାଶ ବେଣୁଧର।
ସୂଚନା ରୁ ପ୍ରକାଶ ଯେ ୨୦୦୭ ମସିହାରେ ସରକାରଙ୍କ ଠାରୁ ଆବାସ ନିମନ୍ତେ କାର୍ଯ୍ୟାଦେଶ ପାଇବା ପରେ ଟଙ୍କା ମିଳିନଥିଲା ପରେ ସେ ପଞ୍ଚାୟତ ରାଜ ମନ୍ତୀ ଙ୍କୁ ଭେଟି ଗୁହାରି ଜଣାଇଥିଲେ ଶ୍ରୀଯୁକ୍ତ ମନ୍ତ୍ରୀ ଲିଖିତ ପତ୍ର ଦେଲା ପରେବି ଟଙ୍କା ପାଇନଥିଲେ ଏବଂ ପରେ ପୁନର୍ବାର ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କୁ ଭେଟି ଏହି ସମସ୍ୟା ଜଣାଇବାରୁ ସେ ମଧ୍ୟ ଏକ ପତ୍ର ରେ ଦସ୍ତକତ ଦେଇ ଟଙ୍କା ମିଳିବ ବୋଲି ପ୍ରତିଶୃତି ଦେଇଥିଲେ। ସବୁ ପରେ ଟଙ୍କା ନ ମିଳିବାରୁ ସୂଚନା ଅଧିକାରୀ ଆଇନି ୨୦୦୫ ବଳରେ ତଥ୍ୟା ମାଗିଥିଲେ କିନ୍ତୁ ଧର୍ମଶାଳା ବ୍ଲକ ପକ୍ଷରୁ ଏହି ଆବାସ ସମ୍ବଧୀୟ ତଥ୍ୟ ନାହିଁ ବୋଲି ରିପୋର୍ଟ ରେ ଦର୍ଶାଇ ଥିଲେ। ଏହା ନଵୀନ ପଟ୍ଟନାୟକ ଙ୍କର ସ୍ଵଚ୍ଚ ଶାସନ କୁ ପଡାରେ ପକାଉଛି। ଯେଉଁଠି ଜନ ପ୍ରତିନିଧି ବା ନେତା ମନ୍ତ୍ରୀ ଙ୍କ ନିର୍ଦେଶ କୁ ବ୍ଲକ ବିଡ଼ିଓ ହେ ଜ୍ଞାନ କରନ୍ତି ସେଠି କହିବା କାହାକୁ ଶୁଣିବା କିଏ।ସତେ ଯେମିତି ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ରେ ସରକାରୀ ଅଫିସର ଙ୍କ ଶାସନ ଚାଲିଛି।ମନ୍ତ୍ରୀ ଙ୍କ ନିର୍ଦ୍ଧେଶ କୁ ବ୍ଲକ ବିଡ଼ିଓ ଆଜକୁ ୧୦ ବର୍ଷ ଧରି କାର୍ଯ୍ୟ ନକରିବା ଯାହାକି ପ୍ରଶାସନିକ ଅଧିକାରୀ ମନ୍ତ୍ରୀ ଓ ବିଧାୟକ ଙ୍କ ଉପରେ ବୋଲି ସ୍ପଷ୍ଟ ପ୍ରମାଣ ହେଉଛି।

ଉକ୍ତ ଅଞ୍ଚଳ ର ସାମାଜିକ କର୍ମୀ ମାନସ ରଞ୍ଜନ ବିଶ୍ୱାଳଙ୍କ ଦୃଷ୍ଟି କୁ ଆସିବା ପରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ କରାଗଲା byt – ୨ ମାନସ ରଞ୍ଜନ ବିଶ୍ୱାଳ

ଦେଖିବାକୁ ବାକି ରହିଲା ଖବର ପ୍ରସରଣ ପରେ କେବେ ପଡୁଛି ପ୍ରଶାସନ ର ନଜର।

r – ସବ୍ୟସାଚୀ ସାହୁଙ୍କ ରିପୋର୍ଟ ରି ପଲବ୍ଲିକ ଓଡିଶା।

Leave a Reply

Your email address will not be published. Required fields are marked *