ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଯୁବକ ମୃତ୍ୟୁ

ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ଵାଳ ଙ୍କ ରିପୋର୍ଟ – ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଗୋକର୍ଣ୍ଣେଶ୍ୱର ଶୈବ ପୀଠ ନିକଟରେ ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଯୁବକ ମୃତ୍ୟୁ । କାମରୁ ଆସି ଗାଧୋଉଥିବା ସମୟରେ ହଠାତ୍ ଗୋଡ ଖସିଯିବାରୁ ୨ ଯୁବକ ପାଣିରେ ବୁଡି ଯାଇଥିଲେ । ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକ ଆସି ପହଞ୍ଚିଥିଲେ । ସ୍ଥାନୀୟ ଲୋକେ ଅଗ୍ନୀଶ୍ରମ ବିଭାଗକୁ କଲ୍ କରି ସୂଚନା ଦେଇଥିଲେ । ଅଗ୍ନୀଶ୍ରମ ବିଭାଗ ଆସିବା ପୂର୍ବରୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଯୁବକ ଦୁହେଁ ହେଲେ ଧର୍ମଶାଳା ଅଞ୍ଚଳର ଦେଓଦା ଗ୍ରାମର ଗୋବିନ୍ଦ ରଣା ଓ ଜାରକା କୁମାରୀ ଗ୍ରାମର ସୌମ୍ୟ ରଞ୍ଜନ ମହାରଣା ବୋଲି ସୂଚନା ମିଳିଛି । ଖବର ପାଇ ଧର୍ମଶାଳା ପୋଲିସ୍ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଜାରିରଖିଛି । ଏହି ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *