ଆଜି ମହାଳୟା

ବଲାଙ୍ଗୀର : ମା’ ସମଲେଇଙ୍କ ଧବଳମୁଖୀ ବେଶ
ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଳୟା । ମା’ ସମଲେଇଙ୍କ ଧବଳମୁଖୀ ବେଶ । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି । ଆଜି ମା’ଙ୍କୁ ଦର୍ଶନ କଲେ ଗଂଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ଆଜି ମା’ଙ୍କୁ ଦର୍ଶନ କରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ ।

ବଲାଙ୍ଗୀର ରୁ ବିନ୍ଦିଆ ରାନୀ ମିଶ୍ର
ରିପୋର୍ଟ ରିପବ୍ଲିକ ଓଡ଼ିଶା..

Leave a Reply

Your email address will not be published. Required fields are marked *