ଆଦିଶକ୍ତି ଚାରି ଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଓଡିଶା ରେ ପ୍ରଥମ ଥର ପାଇଁ “ଦେବୀ ଭାଗବତ ପୁରାଣ”

ଭୁବନେଶ୍ବର : ମା ଆଦିଶକ୍ତିଙ୍କୁ କିପରି ପୁଜା କରାଯାଇ ପାରିବ ଓ କାହିଁକି ଆମେ ତାଙ୍କର ପୂଜା କରିବା ସେ ବିଷୟରେ ସମସ୍ତଙ୍କୁ ଅବଗତ ଓ କଲ୍ଯାଣ କରାଇବା ଏହି “ଦେବୀ ଭାଗବତ ପୁରାଣ” ର ମୂଳ ଲକ୍ଷ୍ୟ, ଆମକୁ ସ୍ରୁଷ୍ଟି କରିଥିବା ବିଶ୍ଵ ନିୟନ୍ତାଙ୍କ ସ୍ରୁଷ୍ଟିର କଥା ଓ ତାଙ୍କ ମହିମାର ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସାଧାରଣ ଲୋକ ଓ ମା ଆଦିଶକ୍ତିଙ୍କ ଭିତରେ ଦୂରତା କମାଇ ତାଙ୍କର ପୁଜା ସମସ୍ତେ ସହଜରେ କରି ପାରିବେ ଏହା ଆମର ଗୋଟେ ଛୋଟ ପ୍ରୟାସ, ଆଦିଶକ୍ତି ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ପ୍ରଥମ କରି “ଦେବୀ ଭାଗବତ ପୁରାଣ” ଆସନ୍ତା ୧୫.୧୦.୨୩ ଦିନ ୨ ଘଟିକା ରେ ମୁଖ୍ୟ ଉପଦେଷ୍ଟା ନିଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବକ୍ତା ସ୍ଵାମୀଜି କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ ଜୀଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡଗ୍ରାହି ମା ସୁଭଦ୍ରାଙ୍କ ଦ୍ଵାରା ଉଦଘାଟିତ କରାଯାଇ ଆରମ୍ଭ କରାଯିବ ।

ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯିବା ର ଉଦ୍ଦେଶ୍ୟ ସାଧାରଣ ଲୋକ ଙ୍କୁ ଦେବୀ ମହିମା ଓ ତତ୍ତ୍ଵ ବିଷୟ ରେ ଅବଗତ କରାଇବା, ନବରାତ୍ର ପୂଜା କାହିଁକି କରା ଯାଇଥାଏ ଓ ପ୍ରତି ଦିନ ପୂଜା ପାଇବାକୁ ଥିବା ଦେବୀ ମା ଙ୍କ ମହିମା ଓ କାହିଁକି ଆମେ ତାଙ୍କ ପୂଜା କରିବା ବିସ୍ତ୍ରୁତ ଭାବେ ସମସ୍ତଙ୍କୁ ଅବଗତ କରାଇବା ମୁଖ୍ୟ ଉଦ୍ଦେଶ୍ୟ ।

ନିହାତି ୧୬.୧୦.୨୩ ରୁ ୨୧.୧୦.୨୩ ପର୍ଯ୍ୟନ୍ତ ସନ୍ଧ୍ୟା ୬ ଘଟିକା ରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଭୁବନେଶ୍ଵର ର ମାଷ୍ଟରକ୍ୟାଣ୍ଟିନ ସ୍ଥିତ(ବୁଲନ ଭାଇ) ସାମ୍ବାଦିକ ଭବନ ଠାରେ(ଗ୍ରୀନ ଚିଲି ଫାଷ୍ଟ ଫୁଡ ନିକଟ) ଏହି “ଦେବୀ ଭାଗବତ ପୁରାଣ ” ୭ ଦିନ ଧରି କରାଯିବ, ଆପଣ ମାନେ ଜ୍ଞାନୀ ଓ ଗୁଣୀ ବ୍ୟକ୍ତି ଅଟନ୍ତି,ଆପଣ ମାନେ ସର୍ବଦା ସ୍ନେହ ଶ୍ରଦ୍ଧା, ଆଶୀର୍ବାଦ ଓ ଭଲ ପାଇବା ଆମକୁ ଦେଇଛନ୍ତି , ଏଣୁ ଆପଣ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆମକୁ ମାର୍ଗ ଦର୍ଶନ କରିବାକୁ ବିଶେଷ ଅନୁରୋଧ ଉମାନାଥ ମିଶ୍ର, ନାରାୟଣ ମହାପାତ୍ର ସେବକ ଆଦିଶକ୍ତି ଚାରି ଟେବୁଲ ଟ୍ରଷ୍ଟ ଇଣ୍ଡିଆ ଭୁବନେଶ୍ବର

Leave a Reply

Your email address will not be published. Required fields are marked *