ସ୍କୁଟିକୁ ପିଟିଲା ଟ୍ରକ୍ : ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୃନ୍ଦାବାହାଲ ଛକ ନିକଟରେ । ମୃତକ ହେଉଛନ୍ତି ଜୟପାଟଣା ଥାନା ଟେମରା ଗାଁର ମିନାକ୍ଷୀ ନାଏକ। ଗୁରୁତର ହେଉଛନ୍ତି ହେମରାଜ ନାଏକ l
ହେମରାଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇ ଥିବା ଟ୍ରକଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୋଲାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *