ଯୁବ ସମାଜସେବୀ ଆତ୍ମାର ସଦ୍ଗତିର କାମନା ନିମନ୍ତେ କ୍ୟାଣ୍ତେଲ୍ ଶୋଭାଯାତ୍ରା

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଦେଓଦା ଗ୍ରାମର ଯୁବ ସମାସେବୀ ଗୋବିନ୍ଦ ରଣାଙ୍କ(୨୧) ଅମର ଆତ୍ମାର ସଦ୍ଗତି ନିମନ୍ତେ ଅସହାୟର ବନ୍ଧୁ ସେବା ସଂଗଠନ ତରଫରୁ କ୍ୟାଣ୍ତେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ପରୋପକାରୀ ଓ ସମାଜସେବୀ ଭଲ ମଣିଷଟିଏ ଥିଲେ । ଜୀବନର ପ୍ରତ୍ୟେକ ଫାଙ୍କା ସମୟକୁ ଆଜିକାଲି ପିଲା ଭଳି ମୋବାଇଲ୍ ରେ ସମୟ ନ ଦେଇ ସେବା କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ । ତାଙ୍କର ଏଭଳି କାର୍ଯ୍ୟକୁ ଆଜି ବି ଗାଁ ଠାରୁ ବଜାର ଯାଏ ଲୋକେ ମନରେ ଝୁରୁଛନ୍ତି । ପ୍ରତ୍ୟେକ ଲୋକଙ୍କ ମୁହଁରେ ଥାଏ ଗୋବିନ୍ଦ ରଣା ଅମର ରହେ ନାରାରେ ରାସ୍ତା ଘାଟ ଜୟଗାନ ପଡୁଥିଲା । ସଂଗଠନର ସଭାପତି ଶ୍ରୀଯୁକ୍ତ କିଶୋର୍ ଚନ୍ଦ୍ର ସାହୁ ଏବଂ ପ୍ରତିଷ୍ଠାତା ଓ ସମ୍ପାଦକ ଶ୍ରୀଯୁକ୍ତ ଗଣେଶ୍ୱର ନାୟକ,ସନ୍ତୋଷ କୁମାର ଦାସ ଓ ଶ୍ରୀମତୀ କାଦମ୍ବିନୀ ମିଶ୍ର ଓ ଅନ୍ୟ ସଦସ୍ୟମାନେ ଶୋଭା ଯାତ୍ରାରେ ଯୋଗ ଦେଇଥିଲେ ।ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *