ସମାଜ ସେବୀ ଗୋବିନ୍ଦଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ – ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଦେଓଦା ପଞ୍ଚାୟତ ଅଧିନସ୍ଥ ମଠ ସାହିର ଗୋବିନ୍ଦ ରଣାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ୦୨ ଫେବ୍ରୁଆରି ୨୦୦୪ ଆର୍ବିଭାବ ହୋଇ ୧୦ ଅକ୍ଟୋବର୍ ରେ ତିରୋଧାନ ହୋଇଥିଲେ ।ତାଙ୍କର ମୃତ୍ୟୁ ବେଳକୁ ୧୯ ବର୍ଷ ହୋଇଥିଲା । ବାପା ମା’ଙ୍କ ଗୋଟେ ବୋଲି ପୁଅ ଥିଲେ । ବାପାଙ୍କ ପକ୍ଷଘାତ ରୋଗକୁ ପରିବାର ର ଆର୍ଥିକ ବୋଝ ସହି ନ ପାରି ସେ ମୂଲ ମଜୁରୀ ପାଇଁ ଯାଇଥିଲେ । ଆସିଲା ବେଳେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ତାଙ୍କ ଗୋଡ ଖସିଯିବାରୁ ମୃତ୍ୟୁ ବରଣ କରିଥିଲେ । ଏହି ଖବର ପାଇବାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ସେ ଜଣେ ସମାଜସେବୀ ଓ ପରୋପକାରୀ ଭଲ ମଣିଷ ଥିଲେ । ଏତେ କମ୍ ବୟସରୁ ଚାଲିଯିବା ଘଟଣାଟି ପରିବାର ଶକ୍ତ ଆଘାତ ଦେଇଛି । ଯାହା କେବେବି ପୂରଣ ହୋଇପାରିବନି ଏହି ସମୟରେ କିପରି ପରିବାର ଚଳେଇବେ ତାହା ମୁଣ୍ତ ବ୍ୟଥାର କାରଣ ପାଲିଟିଛି । ଏହି ପରିପେକ୍ଷୀରେ ଗୋବିନ୍ଦଙ୍କ ସ୍ମୃତିକୁ ଉଜୀବିତ ରଖିବା ପାଇଁ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ପୁରାତନ ଶିକ୍ଷକ,ବିଦ୍ୟାଳୟ ସମୟର ପାଠପଢା ବନ୍ଧୁ,ସ୍ଥାନୀୟ ଅଞ୍ଚଳର ମାନ୍ୟଦନ୍ୟ ବ୍ୟକ୍ତି,ପୁରାତନ ଶିକ୍ଷକ ଓ ଅସହାୟର ବନ୍ଧୁ ସେବା ସଂଗଠନର ସମସ୍ତ ସଦସ୍ୟ ସଦସ୍ୟା ସାମିଲ୍ ହୋଇ ତାଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତକୁ ଜୀବିତ ରଖିବା ପାଇଁ ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *